ଲୋକଙ୍କୁ ସଚେତନ କରାଇବ ବନାଗ୍ନି ସଚେତନତା ରଥ…

ନୀଳଗିରି, (ସଚିଦାନଁଦ ପାତ୍ର) : ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ୍ ପକ୍ଷରୁ ୱାଇଲ୍ଡ ଲାଇଫ ରେଞ୍ଜରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମକୁ ନୀଳଗିରି ରେଞ୍ଜର ଆଇଶା ଅକ୍ତର ନିଶା ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଆଗକୁ ଆସୁଛି ଖରାଦିନ । ଏହି ସମୟରେ ମହୁଲ ସଂରକ୍ଷକ ପାଇଁ ଲୋକମାନେ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଗଛ ମୂଳରେ ନିଆଁ ଲଗାଇ ଦେଇଥାନ୍ତି । ତାହା ଜଳି ଜଳି ଜଙ୍ଗଳକୁ ମାଡି ଯାଇ ବ୍ୟାପକ ରୂପ ଧାରଣ କରେ । ଫଳରେ ଜଙ୍ଗଲରେ ଥିବା ହଜାର ହଜାର ଗଛ, ଔଷଧ ପ୍ରସ୍ତୁତ ଗଛ ବନାଗ୍ନି କାରଣରୁ ଜଳି ପୋଡି ନଷ୍ଟ ହୋଇଯାଏ । ବନାଗ୍ନିର କରାଳ ରୂପରେ ଜୀବଜନ୍ତୁ ମଧ୍ୟ ଜଳି ପୋଡି ନଷ୍ଟ ହେବା ସହିତ କିଛି ବନ୍ୟ ଜନ୍ତୁ ଗାଁ ମୁହାଁ ହୋଇଥାଆନ୍ତି ।
ଏସବୁକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଖରାଦିନ ପୂର୍ବରୁ ନୀଳଗିରି ରେଞ୍ଜ୍ ପକ୍ଷରୁ ବନାଗ୍ନି ସଚେତନତା ରଥ ବାହାର କରାଯାଇଛି । ଏହା ନୀଳଗିରି ରେଞ୍ଜରେ ୬ ଦିନଧରି ବୁଲି ଲୋକହ୍କୁ ସଚେତନ କରାଇବ । ଏହି ସଚେତନତା ରଥ ସହିତ ନୀଳଗିରି ରେଞ୍ଜ୍ ଅଧୀନରେ ଥିବା ଜଙ୍ଗଲ କମିଟି ସଦସ୍ୟମାନେ ମଧ୍ୟ ଗାଁରେ ବୁଲି ଲୋକମାନଙ୍କୁ ସଚେତନ କରାଇବେ ବୋଲି ନୀଳଗିରି ରେଞ୍ଜର ଆଇଶା ଅକ୍ତର ନିଶା ସୂଚନା ଦେଇଛନ୍ତି ।