ଓଡିଶା

ମଧୁପୁରା ପଞ୍ଚାୟତରେ ଶୁଭାରମ୍ଭ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା…

ବାଲିଆପାଳ, ୧୨/୨୪ (ଚନ୍ଦନ ଅଣ୍ଡିଆ) : ବାଲିଆପାଳ ବ୍ଲକ ମଧୁପୁରା ପଂଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏଥିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଗ୍ରାମାଂଚଳ ଭିତିଭୂମିର ବିକାଶ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକ ମାନଙ୍କ ସମ୍ମୁଖରେ ବର୍ଣ୍ଣନା କରାଯାଇଥିଲା । ଏହା ସହିତ ମଧୁପୁରା ପଂଚାୟତରୁ ସିଙ୍ଗାପୁର ଯିବା ପାଇଁ ମନୋନୀତ ହୋଇଥିବା ଆଶା ଦିଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ସାହୁ, ବ୍ଲକ ଚେୟାରମ୍ୟାନ ରଞ୍ଜିତା ନାୟକ, ମଧୁପୁରା ସରପଂଚ ଗୀତାରାଣୀ ମାହାନା, ସଦସ୍ୟ ସୁଶାନ୍ତ ସେଠୀ ଏବଂ ସ୍ଥାନୀୟ ଯୁବ ନେତା ରବୀନ୍ଦ୍ର ନାଥ ଅଣ୍ଡିଆ, ଦେଉଳା ସରପଂଚ ସରୋଜ ପିଳା, ବାଲିଆପାଳ ସରପଂଚ ପ୍ରତିନିଧି ହେମନ୍ତ ଦାସ, କୁମ୍ଭାରୀ ସରପଂଚ ପ୍ରତିନିଧି ଜୟନାରାୟଣ ମହାପାତ୍ର, ବିଷ୍ଣୁପୁର୍ ସରପଂଚ ମହେଶ୍ୱର ଜେନା, ଦେଉଳା ପଂଚାୟତର ବିଜେଡି ସଭାପତି ଅନନ୍ତ ବିଶ୍ୱାଳ, ସମାଜସେବୀ ସୁଶାନ୍ତ ଗିରୀ, ସଞ୍ଜୟ ପ୍ରଧାନ ଏବଂ ପଂଚାୟତରୁ ଆସିଥିବା ଶତାଧିକ କର୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଜଣ ସାଧାରଣ ଯୋଗ ଦେଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା