ବାଉଁଶପୋଖରୀ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର…

ଢେଙ୍କାନାଳ, ୧୨/୨୪ (ସୁଜିତ୍ କୁମାର ବେହେରା) : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ବାଉଁଶପୋଖରୀ ପଂଚାୟତରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବାଉଁଶପୋଖରୀ ସରପଂଚ ରଞ୍ଜିତ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ହିନ୍ଦୋଳ ୨ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ଦେହୁରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ନାଏବ ସରପଂଚ ଘଂଟି ନାଏକ, କନ୍ତାମିଲା ସରପଂଚ ସୁନନ୍ଦା ଅମାନ୍ତ, ବିଜେଡି ଜିଲ୍ଲାସମ୍ପାଦକ ତଥା ସାମ୍ବାଦିକ ସଙ୍ଘ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା, ପଂଚାୟତର ଅନେକ ବୟଜ୍ୟେଷ୍ଠ ବ୍ୟକ୍ତି, ଛାତ୍ରଛାତ୍ରୀ, ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଉକ୍ତ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ମୁଖ୍ୟଅତିଥି ସୁମନ୍ତ ଦେହୁରୀ ଓ ସରପଂଚ ରଂଜିତ ପ୍ରଧାନ ଅବଗତ କରାଇଥିଲେ । ଏହା ସହ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁସ୍ତିକା ମାଧ୍ୟମରେ ସଚେତନତା କରାଯାଇଥିଲା ।
ବାଉଁଶପୋଖରୀ ପଂଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ୧୮ଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ ଟଙ୍କା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ୧୧୫୮ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ, ୧୦୦୩ ଗରିବ ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ, ୬୫୪ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତା ଏବଂ ୮୪୫ ଗର୍ଭବତୀ ମହିଳାଙ୍କୁ ମମତା ଯୋଜନା ମାଧ୍ୟମରେ ସହାୟତା ରାଶି ଭଳି ଅନେକ ଯୋଜନାରେ ପଂଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ଲୋକଲୋଚନକୁ ଅଣାଯାଇ ଅବଗତ କରାଯାଇଥିଲା ।
ପଂଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ତଥା ବାଉଁଶପୋଖରୀରେ ଆଡ଼ିବନ୍ଧ ନିର୍ମାଣ, ପଶୁ ଚିକିତ୍ସାଳୟର ଉନ୍ନତିକରଣ, ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର, ବରଡାପାଳ ଠାରେ ହେଇଥିବା ଅମୃତ ସରୋବର, ବାଉଁଶପୋଖରୀ ଗ୍ରାମ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ, ମିଶନଶକ୍ତି ଗୃହ ଏବଂ ଗୋଷ୍ଠୀ ଶୌଚାଳୟ ନିର୍ମାଣ, ଆମ ବ୍ୟାଙ୍କ୍ ଗୃହ ନିର୍ମାଣ, ନୁଆକୋଟ ମଣ୍ଡତଇଲା ଠାରେ ଟ୍ରନଂଚ ଖନନ ଇତ୍ୟାଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ଲୋକ ମାନଙ୍କୁ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ଏବଂ ନାଚ ଗୀତରେ ଦର୍ଶକ ଝୁମିବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରଯାଇଥିଲା ।