ଜଗତସିଂହପୁରରେ ମେଡ଼ିକାଲ କଲେଜ ନାହିଁ ତ ଭୋଟ ନାହିଁ…

ଜଗତସିଂହପୁର, ୧୨/୨୪ (ରୀତା ସାହୁ) : ଜଗତସିଂହପୁରରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଆଇନଜୀବୀ ବାସୁଦେବଙ୍କ ନେତୃତ୍ୱରେ ଦଳମତ ନିର୍ବିଶେଷରେ ଶତାଧିକ ଜନସାଧାରଣ ଏକ ବାଇକ ଶୋଭାଯାତ୍ରାରେ ସହରଠାରୁ ପ୍ରତ୍ୟେକ ପଂଚାୟତ ପରିକ୍ରମା କରିଥିଲେ । ଏହା ସହିତ ପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ର କଟକ ସ୍ଥାନାନ୍ତର ବନ୍ଦ କରିବା ଦାବିରେ ଏହି ଆନେ୍ଦାଳନ କରିଥିଲେ । ଏ ନେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରୁ ନାହାନ୍ତି । ଏହାର ପ୍ରତିବାଦରେ ବିଭିନ୍ନ ସମୟରେ ଆନେ୍ଦାଳନ କରାଯିବା ସହିତ ଜିଲ୍ଲା ବନ୍ଦ କରାଯାଇ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆନେ୍ଦାଳନକାରୀ ଚେତାବନୀ ଦେଇଛନ୍ତି ।