ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ…

ଗଜପତି, ୧୦/୧ (ବିବେକାନନ୍ଦ ବେହେରା) : ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହା ସମାରୋହରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ଦାଶ, ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ, ପୁରାତନ ଛାତ୍ର ଶ୍ରୀଯୁକ୍ତ ରାଜନ୍ ପାଢ଼ୀ ଓ ଅନ୍ୟାନ୍ୟ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମଂଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ୱାଇ ଧର୍ମା ରାଓ ସମ୍ବର୍ଦ୍ଧିତ କରିଥିଲେ । ପରେ ଶ୍ରୀ ୱାଈ ଧର୍ମା ରାଓ ୨୦୨୩-୨୪ ଶିକ୍ଷା ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଶିକ୍ଷକ ଡଃ ବୃଷକେତୁ ଦାଶ ଛାତ୍ରମାନଙ୍କୁ ବିଦ୍ୟାଳୟରେ ଗଛ ଲଗାଇ ତାହାର ଯନô ନେବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ପାରଳାଖେମୁଣ୍ଡି ପୌର ପରିଷଦର ୧୪ ନମ୍ବର୍ ୱାର୍ଡ କାଉନସିଲର ଶ୍ରୀମତୀ ଜ୍ୟୋତିର୍ମୟୀ ଦାଶ ଛାତ୍ରମାନଙ୍କୁ ନିର୍ଭୀକ ତଥା ସତ୍ୟବାଦୀ ହେବା ପାଇଁ ପ୍ରବର୍ତାଇ ଥିଲେ । ପାରଳା ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକ ଛାତ୍ରମାନଙ୍କୁ ଭଲ ମଣିଷ ହୋଇ ମାଟି ମାଆର ସେବା କରିବା ସହ ଉତ୍ସର୍ଗୀକୃତ ମନୋଭାବ ପୋଷଣ କରିବା ପାଇଁ କହିଥିଲେ । ପୁରାତନ ଛାତ୍ର ସଂସଦର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ ଛାତ୍ରମାନଙ୍କୁ ଆଗାମୀ ପରୀକ୍ଷାରେ ସଫଳତା ହାସଲ କରିବା ସହ ବିଦ୍ୟାଳୟର ଟେକ ରଖିବା ପାଇଁ ନିଜର ଅଭିଭାଷଣ ରଖିଥିଲେ ।
ସେହିପରି ପୂର୍ବତନ ଛାତ୍ର ଶ୍ରୀଯୁକ୍ତ ରାଜନ୍ ପାଢ଼ୀ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ଛାତ୍ରମାନଙ୍କ ପାଇଁ ୧୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ପର୍ବରେ କୃତି ଛାତ୍ରମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କନିଷ୍ଠ ବର୍ଗରେ ଅଷ୍ଟମ ଶ୍ରେଣୀର ଶ୍ରୀ ଜଗନ ବେଣିଆ ଓ ବରିଷ୍ଠ ବର୍ଗରେ ଶ୍ରୀ ଗଣପତି ଭୂୟାଁ ଚାମ୍ପିଅନ ଆଖ୍ୟା ପାଇଥିଲେ । ବିଭିନ୍ନ ପୁରାତନ ଛାତ୍ରମାନଙ୍କ ଦ୍ୱାରା ପ୍ରଦତ ହୋଇଥିବା କୃତି ପୁରସ୍କାର ଅର୍ଥ ରାଶି କୃତି ଛାତ୍ରମାନଙ୍କୁ ଦିଆ ଯାଇଥିଲା । ଛାତ୍ରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚୌଧୁରୀ, ଶ୍ରୀଯୁକ୍ତ ତାରା ପ୍ରସାଦ ପାଢ଼ୀ, ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ଇତ୍ୟାଦି ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।