ଓଡିଶା

ଜିଲ୍ଳା ପ୍ରଶାସନ ତରଫରୁ ଆମ ଓଡିଶା ନବୀନ ଓଡିଶା, ଝୋଟ ବ୍ୟାଗ ପ୍ରଦାନ…

ଗଜପତି, ୧୦/୧ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରପରିଷଦର ୱାର୍ଡ ନଂ-୧ ଓମ୍ ଶାନ୍ତି କୋଲୋନୀଠାରେ ଝୋଟ ତିଆରି ବ୍ୟାଗ ପ୍ରଦାନର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାର ପ୍ରତ୍ୟେକ ହିତାଧିକାରୀ ପରିବାର ଲୋକଙ୍କୁ ୨ ଗୋଟି ଲେଖାଏଁ ୨୦ କେଜି ଓ ୧୦ କେଜି ଝୋଟ ବ୍ୟାଗ ପ୍ରଦାନ କରାଯାଇଛି । ଏହାର ଉଦେ୍ଦଶ୍ୟ ଆମ ସାହି, ଆମ ସହର, ଆମ ଜିଲ୍ଲା ଓ ରାଜ୍ୟକୁ ସଚ୍ଛ ରଖିବା । ସବୁଜ ଓଡ଼ିଶା ଗଠନ ପାଇଁ ଦୈନିକ ଜୀବନରେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା ଓ ପରିବେଶର ସୁରକ୍ଷା ରଖିବାର ମୂଳ ଉଦେ୍ଦଶ୍ୟ ଅଟେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଜି. ତିରୁପତି ରାଓ, ଅଧ୍ୟକ୍ଷ, ଜିଲ୍ଲାପରିଷଦ ଗଜପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌରପରିଷଦ ପାରଳାଖେମୁଣ୍ଡି, ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ (ରାଜସ୍ୱ) ଓ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼. ଗୁଣନିଧି ନାୟକ ଓ ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ସୁଜିତ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏଆରସିଏସ୍ ଶ୍ରୀ ହରିହର ସେଠ୍ ସମେତ ପୌରପରିଷଦର କର୍ମଚାରୀ ଓ ହିତାଧୀକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା