ଓଡିଶା ବ୍ୟବସାୟ

ସ୍ୱାବଲମ୍ବୀ ହେବାକୁ ଗାଁରେ ପାର୍ଲର ଖୋଲିଲେ ଶିକ୍ଷିତା ମହିଳା…

ସାଲେପୁର, ୯/୧ (ଅଭୟ ଜେନା) : କଟକ ଜିଲ୍ଲା ମାହାଙ୍ଗା ବ୍ଲକର ବିରୂପା ଗେଙ୍ଗୁଟି ଦୀପାଂଚଳ ଅନ୍ତର୍ଗତ କୋଠପଦାଠାରେ ଯୁବତୀ ଓ ମହିଳା ମାନଙ୍କ ରୂପସଜ୍ଜା ଓ କେଶ ବିନ୍ୟାସ ପାଇଁ ଏକ ଆଧୁନିକ ବିୟୁଟି ପାର୍ଲର ଉଦଘାଟିତ ହୋଇଯାଇଛି । ଗ୍ରାମାଂଚଳରେ ମହିଳା ମାନଙ୍କ ରୂପଚର୍ଯ୍ୟା କ୍ଷେତ୍ରରେ ଏହି ନୂଆ ପାର୍ଲରଟି ବେଶ ଉପଯୋଗୀ ହୋଇପାରିବ ବୋଲି ଏହାର ପ୍ରୋପାଇଟର ସସ୍ମିତା ଜେନା ସୂଚନା ଦେଇଛନ୍ତି । ପାଠପଢି ଚାକିରୀ ପଛରେ ନଦୌଡ଼ି ନିଜ ଗୋଡ଼ରେ ଛିଡା ହେବାକୁ ସସ୍ମିତା ସଂକଳ୍ପ ନେଇଥିଲେ । ସ୍ୱଳ୍ପ ଖର୍ଚ୍ଚରେ ଯେ କୌଣସି ମହିଳା ଓ ଝିଅ ମାନେ ଏଠାରୁ ନିଜ ନିଜର ରୂପଚର୍ଯ୍ୟା କରିବା କ୍ଷେତ୍ରରେ ଅନେକ ସୁବିଧା ପାଇ ପାରିବେ ବୋଲି ସସ୍ମିତା କହିଛନ୍ତି । ଅଭିଜ୍ଞ ବିୟୁଟିସିଆନଙ୍କ ଦ୍ୱାରା ଶ୍ରୀ ଲେଡ଼ିଜ ବିୟୁଟି ପାର୍ଲରରେ ମହିଳା ମାନଙ୍କୁ ସେମାନଙ୍କ ମନ ପସନ୍ଦର ରୂପଚର୍ଯ୍ୟାର ସୁବିଧା ମିଳିପାରିବ । ସ୍ଥାନୀୟ ବନଗୁରିଆ ଅଂଚଳର ଜଣେ ଶିକ୍ଷିତା ମହିଳା ସସ୍ମିତା ଜେନା ନିଜେ ଆତ୍ମନିର୍ଭରଶୀଳ ହେବାକୁ ଏହି ପ୍ରତିଷ୍ଠାନ ଖୋଲିବା ଜଣା ପଡିଛି । ସସ୍ମିତାଙ୍କ ସ୍ୱାମୀ ମନୋଜ ଜେନା ନିଜେ ଜଣେ ଯୁବ ଉଦ୍ୟୋଗୀ । ସେ ବ୍ୟାଙ୍କରୁ ସହାୟତା ନେଇ, ପନôୀ ସସ୍ମିତାଙ୍କ ପାଇଁ ପାର୍ଲର ଖୋଲି ତାଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପ୍ରୋତ୍ସାହନ ଦେଇଛନ୍ତି । ଏହାସହ ଆଗାମୀ ଦିନରେ ଅନ୍ୟ ମହିଳାମାନଙ୍କୁ ରୋଜଗାରକ୍ଷମ ହେବାକୁ ଉତ୍ସାହିତ କରିବା ପାଇଁ ମଧ୍ୟ ସେ ମତ ପୋଷଣ କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା