ଓଡିଶା

ଡିଲରଙ୍କ ରାସନ ଦୁର୍ନୀତି ସାଙ୍ଗକୁ ଜାତିଆଣ ଆକ୍ଷେପରେ ଅତିଷ୍ଠ ଗ୍ରାମବାସୀ…

ଢେଙ୍କାନାଳ, ୯/୧ (ସୁଜିତ୍ କୁମାର ବେହେରା) : ପୁଣି ସାମ୍ନାକୁ ଆସିଲା ଯୋଗାଣ ବିଭାଗରେ ଡିଲରଙ୍କ ରାସନ୍ ଦୁର୍ନୀତି ଏବଂ ଖାଉଟିଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣା । ରାସନ୍ ସାମଗ୍ରୀ ଚାଉଳ ପାଇବାରୁ ବଂଚିତ ହେଉଛନ୍ତି ଗରିବ ହିତାଧିକାରୀ । ଆଉ ଅଭିଯୋଗ କଲେ ହିତାଧିକାରୀ ଡିଲର ଦେଖାଉଛି ନାଲି ଆଖି । ହିତାଧିକାରୀ ପାଟି ଖୋଲିଲେ ରାସନ୍ କାଟିଦେବାର ଧମକ ସହ ଥାନାରେ କେସ କରି ଦେବାର ଭୟ ଦେଖାଉଛି ଡିଲର । ଏପଟେ ଡିଲରଙ୍କ ବ୍ୟବହାରରେ ଅତିଷ୍ଠ ହେଲେଣି ଅଂଚଳର ସାଧାରଣ ଖାଉଟି ।
ପ୍ରତ୍ୟେକ ଗରିବ ଖଟିଖିଆ ପରିବାରର କ୍ଷୁଧା ନିବାରଣ ନିମନ୍ତେ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ୫କେଜି ଚାଉଳ ଯୋଗାଇ ଦେଉଛନ୍ତି । କିନ୍ତୁ କିଛି ଅସାଧୁ ଖାଉଟି ଡିଲାର ତଥା ଅଧିକାରୀଙ୍କ ଅର୍ଥ ମନୋବୃତି ପାଇଁ ସଠିକ ରୂପେ ଖାଦ୍ୟ ସୁରକ୍ଷା ଯୋଜନାରେ ପାଉଥିବା ଚାଉଳରୁ ବଂଚିତ ହେଉଛନ୍ତି ଗରିବ ଜନସାଧାରଣ । କେତେବେଳେ କଟନି ଛଟନି ତ ଆଉ କେତେବେଳେ ଡିଲରଙ୍କ ଦୁର୍ବ୍ୟବହାର । ଏଭଳି କିଛି ସାଙ୍ଘାତିକ ଅଭିଯୋଗ ନେଇ ଆସିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ସଞ୍ଜପଡା ପଂଚାୟତ ବାସୁବହାଳ ଗ୍ରାମର ହରିଜନ ସମ୍ପ୍ରଦାୟର ଲୋକ । ଦୀର୍ଘଦିନ ହେବ ଗ୍ରାମର ରାସନ୍ କାର୍ଡ ଉପଭୋକ୍ତାମାନଙ୍କୁ ରାସନ୍ ସାମଗ୍ରୀ ବଂଟନରେ ବ୍ୟାପକ ଅନିୟମିତତା କରାଯାଉଥିବା ବେଳେ ରାସନ ଚାଉଳ ଆଣିବାକୁ ଯାଇ ଡିଲର ବିଜନ ଭୋକ୍ତାଙ୍କ ଅଶାଳୀନ ଏବଂ ଧମକପୂର୍ଣ୍ଣ ବ୍ୟବହାର ସହିତ ଜାତିଆଣ ଆପେକ୍ଷକୁ ସହ୍ୟ କରୁଛନ୍ତି ଗ୍ରାମବାସୀ ।
ଗ୍ରାମର ଲୋକମାନେ ଗରିବ ଏବଂ ଦିନମଜୁରିଆ ଶ୍ରେଣୀର ହୋଇଥିବା ବେଳେ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରୁ ମିଳୁଥିବା ଚାଉଳ ସେମାନଙ୍କ ପେଟକୁ ଦାନା ଯୋଗାଏ । କିନ୍ତୁ ଦୀର୍ଘଦିନ ହେଲା ଏହି ସୁବିଧାରୁ ବଂଚିତ ହେଉଛନ୍ତି ଗ୍ରାମବାସୀ । ତେବେ ଏ ବାବଦରେ ଆମ ପ୍ରତିନିଧି ଖାଦ୍ୟ ଯୋଗାଣ ଅଧିକାରୀ (Acso) ଆଶିଷ ରଞ୍ଜନ ରାଉତଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ଏହାର ତଦନ୍ତ କରାଯିବା ସହ ଡିଲର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।
ତେବେ ଖବର ପ୍ରସାରଣ ହେବା ପରେ ବିଭାଗୀୟ ଅଧିକାରୀ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି କି ତଦନ୍ତ କରି ଚୁପ୍ ବସି ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା