ଓଡିଶା

ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପ୍ରିୟ ହେଉଛନ୍ତି ନିରଞ୍ଜନ ବେହେରା…

ଗଞ୍ଜାମ, ୨୯/୧ (ବାପୁନି କୁମାର ମାଲୁ) : ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତା ପହଁଚାଇବା ଓ ଲୋକଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ରଖିବା ଅଭିଯାନକୁ ନେଇ ଜୋରଦାରରେ ଲାଗିପଡିଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଈ.ନିରଞ୍ଜନ ବେହେରା । ଖଲ୍ଲିକୋଟ ବ୍ଲକର ସମସ୍ତ ପଂଚାୟତର ପ୍ରତିଟି ଗାଁ ବୁଲି ପରିବାର ସମ୍ପର୍କ ରଖି ନିଷ୍କ୍ରିୟ ହୋଇ ପଡିଥିବା ବିଜେଡ଼ି କର୍ମୀ ଓ ରାଣୀ ସହେବା ଭି.ସୁଜ୍ଞାନି କୁମାରୀ ଦେଓଙ୍କ ସମର୍ଥକ ମାନଙ୍କୁ ସାଉଁଟି ସକ୍ରିୟ କରି ପ୍ରିୟ ଭାଜନ ହୋଇ ପାରିଥିବା ଈ. ନିରଞ୍ଜନ ବେହେରା । ଏବେ ପୁରୁଷୋତମପୁର ବ୍ଲକରେ ପରିବାର ସମ୍ପର୍କ ପଦ ଯାତ୍ରାରେ ଲାଗିପଡିଛନ୍ତ ସେ । ଏହି ପରିପ୍ରେକ୍ଷୀରେ ପୁରୁଷୋତମପୁର ବ୍ଲକ ଅଧିନସ୍ଥ ଭୀମପୁର ପଂଚାୟତର କୋଳାସିଙ୍ଗି, ଚାଟମୁଣ୍ଡଳି , ଭୀମପୁର ଗ୍ରାମ ସହ ରାଇପୁର ପଂଚାୟତର ଗୋବିନ୍ଦପୁର, ନରସିଂଘପୁର, ଖୋଷାଲପଲ୍ଲୀ ରାଇପୁର ଗ୍ରାମର ଘର ଘର ବୁଲି ରାଜ୍ୟ ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଲୋକଙ୍କୁ ବୁଝାଇଥିଲେ । ପ୍ରତ୍ୟେକ ଘରକୁ ଯାଇ ବୟସ୍କ ବୃଦ୍ଧବୃଦ୍ଧା, ଯୁବକ, ଛାତ୍ର, ମହିଳାଙ୍କୁ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜନ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ଟିକ୍ ନିକ୍ ବୁଝାଇ ଥିଲେ ।

ଏହି ଅବସରରେ ତାଙ୍କୁ ଲୋକଙ୍କ ଛଣ ଛପର କଚା ମାଟି ଘର ବାରଣ୍ଡାରେ ବସି ଜନତାଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ତେବେ ଜନନେତା ଏହିଭଳି ହେବା ଆବଶ୍ୟକ ବୋଳି ଲୋକଙ୍କ ମନରୁ ସ୍ୱତଃ ପ୍ରବୃତ ବାରି ହୋଇପଡୁଥିଲା । ପ୍ରତିଟି ଗ୍ରାମରେ ପହଁଚିବା କ୍ଷଣି, କର୍ମୀ ମାନେ ଭବ୍ୟ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଉଥିଲେ । ଖଲ୍ଲିକୋଟର ରାଣୀମାଙ୍କ ଅତି ଘନିଷ୍ଟ ହୋଇଥିବା ଏବଂ ସାଧା ସିଧା ସରଳ ବ୍ୟକ୍ତିତ୍ୱ ଯୋଗୁ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରୁଥିବା ଦେଖାଯାଇଥିଲା । ଏହି ପରିବାର ସମ୍ପର୍କରେ ଭୀମପୁର ପଂଚାୟତର ପୂର୍ବତନ ସରପଂଚ ନାରାୟଣ ପାଣିଗ୍ରାହିଙ୍କ ସହ ବର୍ତମାନର ସରପଂଚ ମାମାଲି ଦାସ, ରାଇପୁର ପଂଚାୟତର ପୂର୍ବତନ ସରପଂଚ ରାଜେନ୍ଦ୍ର ପ୍ରସାଦ ଶତପଥି , ବର୍ତମାନ୍ ସରପଂଚ ନମିତା ବେହେରା ଶ୍ରୀ ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ନିଜ ନିଜ ଗ୍ରାମରେ ଘର ଘର ବୁଲିଥିଲେ । ଏଥିରେ ବହୁ ଦଳୀୟ ପଦାଧିକାରୀ ଖଲ୍ଲିକୋଟ ଏନଏସି କାଉନସିଲର ନାରାୟଣ ପାଢ଼ୀ, ପୁରୁଷୋତମପୁର ଏନଏସି କାଉନସିଲର ଭାସ୍କର ବେହେରା, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଚିନୁ ଆଚରି, ଖଲ୍ଲିକୋଟ ଏନଏସିର ବିଜେଡ଼ି ସାଧାରଣ ସମ୍ପାଦକ ପୀୟସ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ନାୟକ, ସୁବଳ ସାହୁ, ସଙ୍କଲେଶ୍ୱର ଦାଶ, ମନୋଜ କୁମାର ପ୍ରଧାନ,ଦୀପକ ବେହେରା, ଅମିତ୍ କୁମାର ରାଉଳଙ୍କ ସହ ବହୁ ଦଳୀୟ ପଦାଧିକାରୀ ଯୋଗ ଦେଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା