ଓଡିଶା

ସାଲେପୁରରେ କଟକ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ…

ସାଲେପୁର, ୨୧/୧ (ଅଭୟ ଜେନା) : କଟକ ଜିଲ୍ଲା ସାଲେପୁର ସ୍ଥିତ ସତ୍ୟଲକ୍ଷ୍ମୀ ମଣ୍ଡପରେ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଏସ ୟୁ ଜେ ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ କହିଲେ ଯେ, ସାମ୍ବାଦିକ ମାନେ ସର୍ବଦା ଉତ୍ସର୍ଗୀକୃତ ଭାବେ ଜନ ସାଧାରଣଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରଥାନ୍ତି । ସାମ୍ବାଦିକ ମାନଙ୍କର ସମସ୍ୟାର ସମାଧାନ ଦିଗରେ ଦାବି ଉପସ୍ଥାପନ କରାଯିବ ବୋଲି ଶ୍ରୀ ବେହେରା କହିଥିଲେ ।
ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ତହସିଲଦାର ଶିବ ମଲ୍ଲିକ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଏସ ୟୁ ଜେ ସଭାପତି କୈଳାଶ ଚନ୍ଦ୍ର ନାୟକ ଉଦବୋଧନ ଦେଇ ରାଜ୍ୟରେ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକ ପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉପଦେଷ୍ଟା ଅକ୍ଷୟ କୁମାର ଦାଶଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ମହାନ୍ତି, କାର୍ଯ୍ୟକର୍ତ୍ତା ଶଶୀଭୁଷଣ ଷଡ଼ଙ୍ଗୀ, ଅଭୟ ଜେନା ପ୍ରମୁଖ ଉଦବୋଧନ ଦେଇଥିଲେ ।ସାଧାରଣ ସମ୍ପାଦକ ଗୌରଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମ ରେ ଶିଶିର କୁମାର ଦାଶ, ରତ୍ନାକର ବାରିକ, ମୀନକେତନ ଦାସ,ସରୋଜ ଦାସ,ଅକ୍ଷୟ ଦାଶ,ସୁଜାତା ଗୋସ୍ୱାମୀ,ନିବେଦିତାସିଂହ, ଜ୍ୟୋଛନା ରାଣୀ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ ।ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ସାମ୍ବାଦିକ ଯୋଗଦେଇ ଥିଲେ । ଶୁଭେନ୍ଦୁ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା