ଓଡିଶା

ସଡକ ଦୁର୍ଘଟଣାରେ ଗୁରୁତର ସୁପରିଚିତ ଚଳଚ୍ଚିତ୍ର ନିର୍ଦେଶକ ସୁଧାକର ବସନ୍ତ..

ସାଲେପୁର, ୨୧/୧ (ଅଭୟ ଜେନା) : ମଙ୍ଗୁଳି ଛକ ନିକଟରେ କାର ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ଓଡ଼ିଶାର ସୁପରିଚିତ ଫିଲ୍ମ ନିଦେ୍ର୍ଦଶକ ସୁଧାକର ବସନ୍ତ । ବିଳମ୍ବିତ ରାତିରେ ମଙ୍ଗୁଳି ଛକ ନିକଟରେ ଏକ ଟ୍ରକ୍କୁ ପଛରୁ ଧକ୍କା ଦେଇଥଲା ସୁଧାକର ବସନ୍ତଙ୍କ କାରକୁ । ତାଙ୍କ କାର ଚଣ୍ଡୀଖୋଲ ପଟୁ କଟକ ଆଡ଼କୁ ଆସୁଥିବା ସୂଚନା ମିଳିଛି । ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି କାରର ଡୋର କାଟି ଗୁରୁତର ଆହତଙ୍କୁ ଉଦ୍ଧାର କରିଛନ୍ତି । ଦୁର୍ଘଟଣାରେ ସୁଧାକର ବସନ୍ତଙ୍କ କାର ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ସୁଧାକର ବସନ୍ତଙ୍କୁ କଟକ ଏସ ସି ବିରେ ଭର୍ତି କରାଯାଇଥିବା ସୂଚନା ମିଳିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା