ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସଚେତନତା…

ଜଗତସିଂହପୁର, ୨୧/୧ (ରୀତା ସାହୁ) : ଜଗତସିଂହପୁରଠାରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଆର୍ଥôକ ସ୍ୱାକ୍ଷରତା ଓ ସଚେତନତା ମାରାଥନ ଅନୁଷ୍ଠିତ ହୋଇଯାଇଛି । ଏହି ମାରାଥନ ରାଲି ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ପହଁଚିଥିଲା । ଏହି ମାରାଥନ ରାଲିକୁ ଜଗତସିଂହପୁର ଅତିରିକ୍ତ ଏସପି ଅମରେନ୍ଦ୍ର ପଣ୍ଡାଙ୍କ ସହିତ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପତାକା ହଲାଇ ଏହି ମାରାଥନକୁ ଉଦଘାଟନ କରିଥିଲେ । ଏହି ମାରାଥନ ରାଲିରେ ବିଭିନ୍ନ ବ୍ୟାଙ୍କର କର୍ମଚାରୀ, କଲେଜ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ସାମିଲ ହୋଇଥିଲେ । ପରେ ସଂସ୍କୃତି ଭବନରେ ଆୟୋଜିତ ଏକ ସଭାରେ ଆର୍ଥôକ ସ୍ୱାକ୍ଷରତା ଓ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା ।