ମାଣ୍ଡିଆ କ୍ରୟ ପାଇଁ ବାହାରିଲା ରଥ…

ନୀଳଗିରି, ୨୧/୧ (ସଚିଦାନଁଦ ପାତ୍ର) : ରାଜ୍ୟସରକାର ମାଣ୍ଡିଆ କ୍ରୟ କରିବା ପାଇଁ ମିଲଟ୍ ମିସନ ପକ୍ଷରୁ ବାହାରିଲା ପ୍ରଚାର ରଥ । ନୀଳଗିରି କୃଷି ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଖରିଫ ଋତୁରେ ଚାଷ କରାଯାଇଥିବା ମାଣ୍ଡିଆକୁ ରାଜ୍ୟ ସରକାର କିଣିବା ପାଇଁ ପ୍ରଚାର ରଥ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ ଜଣାଯାଇଛି । ଏହି ରଥର ଶୁଭାରମ୍ଭ କରିଥିଲେ କୃଷି ଜିଲ୍ଲା ଅଧିକାରୀ ସୁମନ୍ତ ନାୟକ । ଏହି ଶୁଭାରମ୍ଭ ଉତ୍ସବରେ ନୀଳଗିରି କୃଷି ଜିଲାର କର୍ମଚାରୀ ନୀଳଗିରି ବ୍ଲକ କୃଷି ଅଧିକାରିଣୀ ମିତାଲି ନାୟକ ଓଉପଦା ବ୍ଳକ କୃଷି ଅଧିକାରୀ ନୀଳଗିରି ବ୍ଳକ ସି ଡି ପି ଓ ମିଲେଟ୍ ମିସନ୍ ବ୍ଲକ୍ ସଂଯୋଜକ ଦୀନବନ୍ଧୁ ସ୍ୱାଇଁ ସହକାରୀ ବ୍ଲକ୍ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ମହାଳିକ ଏବଂ ଲକ୍ଷ୍ମୀନାରାୟଣ ଦାସ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ସରକାର ଚାଷିଙ୍କ ନିକଟରୁ କୁଇଂଟାଲ ପିଛା ୩୮୪୬ଟଙ୍କା ରେ କିଣିବା ପାଇଁ ଚାଷିଙ୍କୁ ଅବଗତ କରାଇବା ରଥ ଯାତ୍ରାର ଉଦେ୍ଦଶ୍ୟ । ଅଧିକରୁ ଅଧିକ ଚାଷୀ ମାନଙ୍କଦ୍ୱାରା ଚାଷ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।