ଫେବୃୟାରୀ ୨ରେ ପରଦାକୁ ଆସିବ “ଶାନ୍ତି ଆପାର୍ଟମେଣ୍ଟ’…

ଭୁବନେଶ୍ୱର, ୨୧/୧ (ଅଭିଜିତ୍ ସିଂ) : ଭିନ୍ନ ଏକ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶାନ୍ତି ଆପାର୍ଟମେଣ୍ଟ’ର ମ୍ୟୁଜିକ ଓ ଟ୍ରେଲର ରିଲିଜ୍ ହୋଇଯାଇଛି । ସିନେମାରେ ରହସ୍ୟ, ରୋମାଂଚ ଭରି ରହିବା ସହ ଏହା ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ନିଦେ୍ର୍ଦଶକ ଅଶ୍ୱିନୀ ତ୍ରିପାଠୀ କହିଛନ୍ତି । ବିକ୍ରମ ଶଙ୍କରଙ୍କ ପ୍ରଯୋଜିତ ଚଳଚ୍ଚିତ୍ରରେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଭିଜିତ । ଫିଲ୍ମଟିର କାହାଣୀ ଏବଂ ଚିତ୍ରନାଟ୍ୟ ସହିତ ନିଦେ୍ର୍ଦଶନାର ଦାୟିତ୍ୱ ତୁଲାଇଛନ୍ତି ଅଶ୍ୱିନୀ ତ୍ରିପାଠୀ । ସଂଳାପ ଦାୟିତ୍ୱରେ ଅଛନ୍ତି ଆଗଧାଡ଼ିର ସଂଳାପକାର ତଥା ନାଟ୍ୟକାର ଡ. ଦୀପକ ଜେନା । ସନ୍ଦୀପ ପଣ୍ଡାଙ୍କ ସଂଗୀତ ନିର୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତା ଚୌଧୁରୀ, ସ୍ୱୟମ ପାଢ଼ୀ ଏବଂ ସଂଗୀତ ନିର୍ଦଶକ ନିଜେ ସନ୍ଦୀପ ପଣ୍ଡା ମଧ୍ୟ ପ୍ରଚ୍ଛଦପଟ ଗାୟକ ଭାବେ ଏଥିରେ ସାମିଲ ରହିଛନ୍ତି ।
‘ଶାନ୍ତି ଆପାର୍ଟମେଣ୍ଟ’ ର ବିଭିନ୍ନ ଭୂମିକାରେ ଦ୍ୱୀପନ୍ୱିତ ଦାସମହାପାତ୍ର, ଶୁଭାଶିଷ, ରାଗିଣୀ, ଆଲିଆ, ବରଦା, ସନ୍ତୁ ପ୍ରସନ୍ନଜିତ, ଶକ୍ତି, ରାକ୍ଷୀ, ଅନୁଷ୍କା ପ୍ରମୁଖ କଳାକାର ଅଭିନୟ କରିଛନ୍ତି । ଫିଲ୍ମଟି ଫେବୃଆରୀ ୨ରେ ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଏହାପୂର୍ବରୁ ଅଶ୍ୱିନୀ ‘ଡେଲିଭରି ବୟ’ ଏବଂ ‘ଡଟପେନ୍’ ଫିଲ୍ମର ନିଦେ୍ର୍ଦଶନା ଦେଇସାରିଛନ୍ତି ।