ନୀଳଗିରିରେ ପକ୍ଷୀ ମଡକ, ବାର୍ଡ ଫ୍ଲୁ ଆଶଙ୍କା…

ନୀଳଗିରି, ୨୧/୧ (ସଚିଦାନଁଦ ପାତ୍ର) : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ଗ୍ରାମରେ ପକ୍ଷୀ ମଡକ, ଦେଖା ଦେଇଛି । ଏଯାବତ ପ୍ରାୟ ୪ ପ୍ରଜାତିର ୧୮ରୁ ଉର୍ଦ୍ଦ୍ୱ ପକ୍ଷୀ ମରିଥିବା ସୂଚନା ମିଳିଛି । ଜାମୁଡିହା ଗ୍ରାମର ସଅରସାହିରେ ସକାଳେ ଏକ ସିମୁଳିଆ ଗଛ ଉପରୁ ପକ୍ଷୀମାନେ ଅସୁସ୍ଥ ହୋଇ ତଳକୁ ଖସିଥିଲେ । ସ୍ଥାନୀୟ ପିଲାମାନେ କୋଳି ଖାଇବାକୁ ଯାଇଥିବା ବେଳେ ପକ୍ଷୀମାନେ ପଡିଥିବାର ଦେଖି ଗାଁର ବଡ ଲୋକଙ୍କୁ ଜଣାଇଥିଲେ । ଅତ୍ୟଧିକ ଥଣ୍ଡା କିମ୍ବା ବାର୍ଡ ଫ୍ଲୁ ଦ୍ୱାରା ପକ୍ଷୀ ମରୁଥିବାର ଗାଁ ଲୋକେ ଆଶଙ୍କା କରୁଥିବା ଜଣାପଡିଛି । ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଁଚିି ପକ୍ଷୀ ଗୁଡିକ ପରୀକ୍ଷା ନିମନ୍ତେ ନେଇଛନ୍ତି । କୁମ୍ଭାଟୁଆ, ବଣି, ଗୁହକାଳିକା, ଘରଚଟିଆ ପ୍ରଜାତିର ପକ୍ଷୀ ମୃତ୍ୟୁ ବରଣ କରିଛନ୍ତି । ପ୍ରାୟ ୪/୫ ବର୍ଷ ପୂର୍ବରୁ ଏହି ଜାମୁଡିହା ଗ୍ରାମ ପଂଚାୟତରେ ଦେଖା ଦେଇଥିଲା କାଉ ମଡକ । ଶତାଧିକ କାଉ ଏହି ସମୟରେ ମରିଥିଲେ । ପ୍ରାଣୀ ଚିକିତ୍ସା ଅଧିକାରୀ ମାନେ ଗାଁ ଗାଁ ବୁଲି ବୁଲି ସଚେତନ କରି କୁକୁଡ଼ା ବାହାରକୁ ନଛାଡ଼ି ବାପାଇଁ ବାରଣ କରିବା ସହ ବନବିଭାଗ ପକ୍ଷୀ ଗୁଡିକ ପରୀକ୍ଷା ପାଇଁ ନେଇଥିବା ଜଣାପଡିଛି ।