ଓଡିଶା

ଓଡିଶାରେ ୧୦,୦୦୦ କୋଟି ଟଙ୍କାର ନିବେଶ କରିବ ଏପ୍ସିଲନ କାର୍ବନ

ଭୁବନେଶ୍ୱର, ୨୧/୧ (ଅଭିଜିତ୍ ସିଂ) : କାର୍ବନ ଶିଳ୍ପର ଏକ ପ୍ରମୁଖ ସଂସ୍ଥା ଏପ୍ସିଲନ କାର୍ବନ ପ୍ରାଇଭେଟ ଲିମିଟେଡ ଭାରତରେ କାର୍ବନ ଉତ୍ପାଦର ଭବିଷ୍ୟତର ନେତୃତ୍ୱ ନେଇ ଓଡିଶାରେ ଆସନ୍ତା ୧୦ ବର୍ଷରେ ୧୦,୦୦୦ କୋଟି ଟଙ୍କା ନିବେଶ କରିବା ପାଇଁ ଓଡିଶା ସରକାରଙ୍କ ସହ ଏକ ଏମ୍ଓୟୁ ସ୍ୱାକ୍ଷର କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ନିବେଶ ମାଧ୍ୟମରେ ଝାରସୁଗୁଡାରେ ଏକ ଇଂଟିଗ୍ରେଟେଡ୍ କାର୍ବନ କମ୍ପ୍ଲେକ୍ସ (ଆଇସିସି) କାର୍ଯ୍ୟକାରୀ କରାଯିବ ।
ଇଂଟିଗ୍ରେଟେଡ୍ କାର୍ବନ କମ୍ପ୍ଲେକ୍ସ (ଆଇସିସି)ରେ ନିମ୍ନଲିଖିତ ୩ଟି କାର୍ବନ ଉତ୍ପାଦ ସାମିଲ ରହିବ, ସ୍ପେଶିଆଲିଟି କାର୍ବନ କ୍ଷମତା: ବର୍ଷ ପିଛା ୫ ଲକ୍ଷ ମେଟ୍ରିକ ଟନ୍, କାର୍ବନ ବ୍ଲାକ୍ କ୍ଷମତା: ବର୍ଷ ପିଛା ୩ ଲକ୍ଷ ମେଟ୍ରିକ ଟନ୍, ଆଡଭାନ୍ସ ମ୍ୟାଟେରିଆଲ କ୍ଷମତା: ବର୍ଷ ପିଛା ୭୫୦୦୦ ମେଟ୍ରିକ ଟନ୍ । ଏହି ପ୍ରକଳ୍ପ ହାରାହାରି ୨୦୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ଯାହା ଏହି ଅଂଚଳର ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ ଦେବ । ଏପ୍ସିଲନ କାର୍ବନ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା ଓ ଭିତିଭୂମି ଭଳି ପ୍ରମୁଖ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସମୁଦାୟଗୁଡିକର ସାମଗ୍ରିକ ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ସହ ସହଯୋଗିତା କରିବ ।
ଝାରସୁଗୁଡାର ଇଣ୍ଡଷ୍ଟ୍ରିଆଲ ଇକୋସିଷ୍ଟମ, ଦକ୍ଷ ଶ୍ରମିକମାନଙ୍କ ଉପଲବ୍ଧତା, ଉନ୍ନତ ଭିତିଭୂମି ଓ ଶିଳ୍ପ-ଅନୁକୂଳ ନୀତିଗୁଡିକ ଏହାକୁ ଆଗାମୀ ମେଗା ପ୍ରକଳ୍ପ ପାଇଁ ଏକ ଆଦର୍ଶ ସ୍ଥାନରେ ପରିଣତ କରିଛି । ଏହି ପ୍ରକଳ୍ପ କଂଚାମାଲର ନିରନ୍ତର ଯୋଗାଣ ସୁନିଶ୍ଚିତ କରି ଆରମ୍ଭରୁ ପ୍ରମୁଖ ଇସ୍ପାତ ଶିଳ୍ପଗୁଡିକୁ ଲାଭାନ୍ୱିତ କରୁଛି । ଏହି ପ୍ରକଳ୍ପର ରଣନୈତିକ ସୁବିଧା ଭାରତର ଆଲୁମିନିୟମ ହବ୍ ଭାବେ ଝାରସୁଗୁଡାର ପରିଚୟ ଦ୍ୱାରା ବୃଦ୍ଧି ହୋଇଛି, ଏଭଳି ଏକ କ୍ଷେତ୍ର ଯାହା ବିସ୍ତୃତ ଭାବେ କୋଇଲା ଟାର୍ ପିଚ୍ର ବ୍ୟବହାର କରୁଛି । ଏହାଛଡା ଏହି ପ୍ରକଳ୍ପ ପାରାଦୀପ ଭଳି ସୁସଂଯୋଜିତ ବନ୍ଦରଗୁଡିକରୁ ଉପକୃତ ହେବ, ଯାହା ସୁଗମ ରପ୍ତାନୀ ପରିଚାଳନା ସୁନିଶ୍ଚିତ କରୁଛି ।
ଏହି ନିବେଶ ସମ୍ପର୍କରେ ଉତ୍ସାହ ବ୍ୟକ୍ତ କରି ଏପ୍ସିଲନ କାର୍ବନର ପରିଚାଳନା ନିଦେ୍ର୍ଦଶକ ବିକ୍ରମ ହାଣ୍ଡା କହିଛନ୍ତି, ‘ଝାରସୁଗୁଡାରେ ନିବେଶ କରିବା ପାଇଁ ଆମର ନିଷ୍ପତି ଏହି ଅଂଚଳର କ୍ଷମତାରେ ଆମର ଆତ୍ୱବିଶ୍ୱାସକୁ ପ୍ରତିଫଳନ କରୁଛି । ଓଡିଶା ସରକାରଙ୍କ ଶିଳ୍ପ-ଅନୁକୂଳ ନୀତିଗୁଡିକ ବର୍ତମାନର ଇସ୍ପାତ ଓ ଆଲୁମିନିୟମ ଶିଳ୍ପଗୁଡିକ ସହ ଜଡିତ ରହିଛି, ଯାହା ଆମର ସ୍ଥାୟୀ ବ୍ୟବସାୟିକ ରଣନୀତି ସହିତ ଉପଯୁକ୍ତ ଭାବେ ମେଳ ଖାଉଛି । ଏହି ଭେଂଚର କାର୍ବନ ଶିଳ୍ପରେ ଆମର ଉପସ୍ଥିତିକୁ ମଜଭୁତ କରିବା ସହିତ ସ୍ଥାୟୀ ବିକାଶ ପ୍ରତି ଆମର ପ୍ରତିବଦ୍ଧତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି । ଏପ୍ସିଲନ କାର୍ବନ, କାର୍ବନ ଉତ୍ପାଦନ କ୍ଷେତ୍ରରେ ଉଦ୍ଭାବନ ଓ ଉକôର୍ଷତାକୁ ଆଗେଇ ନେବା ସହ ଝାରସୁଗୁଡା ଓ ଏହାର ଆଖପାଖ ଅଂଚଳର ଶିଳ୍ପ ଅଭିବୃଦ୍ଧି ଓ ସମୃଦ୍ଧିରେ ଯୋଗଦାନ ଦେବା ପାଇଁ ପ୍ରସ୍ତୁତ ରହିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା