୬ ଥର ରେଳ ଗଡିଲେ ବି ଯାତ୍ରୀ ସଂଖ୍ୟାରେ ଉନ୍ନତି ହେବ ନାହିଁ: ଯୁବନେତା…

ନୀଳଗିରି, ୧୮/୧ (ସଚିଦାନଁଦ ପାତ୍ର) : ବାଲେଶ୍ୱର-ଗୋପିନାଥପୁର-ବାଲେଶ୍ୱର ଟ୍ରେନ ଦିନକପ ୬ ଥର ଯିବାଆସିବା କଲେ ସୁଦ୍ଧା ଯାତ୍ରୀ ସଂଖ୍ୟାରେ ବୃଦ୍ଧି ହେବ ନାହିଁ । ଏଭଳି କିଛି ଦାବି ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଯୁବ ନେତା ଚନ୍ଦ୍ରଶେଖର ନନ୍ଦ । ଏହାସହ ଗୋପିନାଥପୁର ନୀଳଗିରିରେ ଏକ ରିଜର୍ଭେସନ୍ କାଉଣ୍ଟର ଖୋଲାଯିବା ସହିତ ଗୋପିନାଥପୁର ନୀଳଗିରି ଷ୍ଟେସନରୁ ହାୱଡା ଭାୟା ବାଲେଶ୍ୱର ଏବଂ ଗୋପିନାଥପୁର ନୀଳଗିରିରୁ ପୁରୀ ଭାୟା ବାଲେଶ୍ୱର ରେଳ ଚଳାଚଳ ପାଇଁ ଦାବି କରିଛନ୍ତି ଯୁବନେତା ।
ସୂଚନା ଅନୁସାରେ, ନିକଟରେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଗୋପିନାଥପୁର ନୀଳଗିରି ରେଳ ଷ୍ଟେସନ ଓ ପାସେଞ୍ଜର ଟ୍ରେନର ଶୁଭ ଉଦଘାଟନ କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନି ବୈଷ୍ଣବ । ବାଲେଶ୍ୱରରୁ ସକାଳେ ଗୋପୀନାଥପୁର ଆସି ପୁଣି ବାଲେଶ୍ୱର ଏବଂ ପୁଣି ବାଲେଶ୍ୱରରୁ ଗୋପିନାଥପୁର ଏହି ପରି ଭାବେ ଦୈନିକ ଛ ଥର ରେଳ ଚଳାଚଳ ହେବ । ହେଲେ ଏଠାରୁ ଦୂରଯାତ୍ରା ନହେଲେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବନାହିଁ ବୋଲି ଜନସାଧାରଣଙ୍କ ପକ୍ଷରୁ ଦାବିକରି ନୀଳଗିରିର ଯୁବ ନେତା ତଥା ଭଦ୍ରକ ଲୋକସଭା ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ ମାନ୍ୟବର କେନ୍ଦ୍ରରେଳ ସଂଚାର ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ମଧ୍ୟରେ ଗୋପିନାଥପୁର ନୀଳଗିରିରେ ଏକ ରିଜର୍ଭେସନ୍ କାଉଣ୍ଟର ଖୋଲାଯିବା ସହିତ ଗୋପିନାଥପୁର ନୀଳଗିରି ଷ୍ଟେସନରୁ ହାୱଡା ଭାୟା ବାଲେଶ୍ୱର ଏବଂ ଗୋପିନାଥପୁର ନୀଳଗିରିରୁ ପୁରୀ ଭାୟା ବାଲେଶ୍ୱର ରେଳ ଚଳାଚଳ ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଅପରପକ୍ଷେ ଦାବିପତ୍ର ପାଇବା ପରେ ଚେଷ୍ଟା କରିବେ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ତେବେ ଏହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଥିବାବେଳେ ରିଜର୍ଭେସନ୍ କାଉଣ୍ଟର ଖୋଲାଗଲେ ନୀଳଗିରି ବରହମପୁର କପ୍ତିପଦା ଉଦଳା ଖୁଣ୍ଟା ସାଇଁକୂଳା ରେମୁଣା ବ୍ଳକର ଚାରିଗୋଟି ପଂଚାୟତ ଏବଂ ଓଉପଦା ବ୍ଲକର ପାଂଚଗୋଟି ପଂଚାୟତର ଲୋକ ବିଶେଷ ଉପକୃତ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଯୁବନେତା ଚନ୍ଦ୍ରଶେଖର ନନ୍ଦ ।