ଓଡିଶା

ପାରଳାଖେମୁଣ୍ଡି ବନଖଣ୍ଡର ପକ୍ଷୀ ଗଣନା କାର୍ଯ୍ୟକ୍ରମ, ୫୮ ପ୍ରଜାତିର ପକ୍ଷୀ ଚିହ୍ନଟ…

ଗଜପତି, ୧୮/୧ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ସାତ ଗୋଟି ବନାଂଚଳରେ ଚଳିତ ବର୍ଷ ଗଠିତ ହୋଇଥିବା ୪୨ଟି ପକ୍ଷୀ ଗଣନା ୟୁନିଟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ସରିଯାଇଛି । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଦେ୍ର୍ଦଶକ୍ରମେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍ ଆନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା ଓ ଶ୍ରୀ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପକ୍ଷୀ ଗଣନା କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବନଖଣ୍ଡ ଅଧିନରେ ଥିବା ସାତ ଗୋଟି ବନାଂଚଳ ଯଥା ଚନ୍ଦ୍ରଗିରି, ମହେନ୍ଦ୍ର, କାଶୀନଗର, ମୋହନା, ରାମଗିରି, ରା.ଉଦୟଗିରି ଓ ଦେବଗିରି ରେଞ୍ଜର ୪୨ ଟି ୟୁନିଟରେ ଥିବା ବନ୍ଧ, ନାଳ, ପୋଖରୀ, ୱାଟର-ବଡି, ଡ୍ୟାମ, ଜଳଭଣ୍ଡାର, ସାଗର, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଂଚଳ, ଜଳପ୍ରପାତ ଓ ଓଦାଳିଆ ଜମି ପ୍ରଭୃତି ଅଂଚଳରେ ଚିହ୍ନଟ ଓ ଗଣନା କରା ଯାଇଥିଲା ।

ପକ୍ଷୀ ଚିହ୍ନଟ ଓ ଗଣନା କାର୍ଯ୍ୟକ୍ରମ ବେଳେ ଚଳିତ ବର୍ଷ ଯଥା ୨୦୨୪ ବର୍ଷ ନିମନ୍ତେ ମୋଟ ୪୨ଟି ୟୁନିଟରେ ୫୮ ଟି ପ୍ରଜାତିର ସମୁଦାୟ ୯,୩୫୩ ଟି ପକ୍ଷୀ ଉପରୋକ୍ତ ଅଂଚଳକୁ ଆସିଥିବା ଜଣା ପଡିଛି । ଚିହ୍ନଟ ଓ ଗଣନା କାର୍ଯ୍ୟକ୍ରମ ବେଳେ ଦେଖା ଯାଇଥିବା ଏହି ୫୮ଟି ପ୍ରଜାତିର ପକ୍ଷୀ ମାନଙ୍କ ମଧ୍ୟରେ ମୁଖ୍ୟତଃ କିଲିଚିଆ ବଗ, ପାଣିକୁଆ, କଣ୍ଟି ବଗ, ହଂସରାଳି, ପାଣି କୁକୁଡ଼ା, ସରାଳି, ଦଳ ଖୁମ୍ପି, ଗାଇୟା ବଗ, କାନ୍ତି ବଗ, ଖପରା ଖାଇ, ଗେଣ୍ଡି ପକ୍ଷୀ ପ୍ରଭୃତି ଅନ୍ତର୍ଭୁକ୍ତ । ସେହିଭଳି ଶତାଧିକ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ମାନଙ୍କ ବି ଆଗମନ ହୋଇଥିଲା । ଅଧିକାଂଶରେ ଚଳିତ ଥର ଦେବଗିରି ରେଞ୍ଜର ଗଜପତି ସାଗର ଅଂଚଳରେ ୨,୬୬୦ ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଗଣନା ବେଳେ ଦେଖା ଯାଇଥିଲା । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ବନ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହୋଇଥିବା ଜଣାଯାଇଛି ।

କିଛି ବର୍ଷ ହେଲା ଉପରୋକ୍ତ ବିଭିନ୍ନ ଜଳାଶୟ ମାନଙ୍କରେ ରାଜ୍ୟ ଓ ରାଜ୍ୟ ବାହାର ସମେତ ବିଦେଶୀ ପକ୍ଷୀ ମାନଙ୍କ ଆଗମନ ହେଉଥିବା ଦେଖିବାକୁ ମିଳିଛି । ମୁଖ୍ୟତଃ , ଜିଲ୍ଲାର ପାହାଡ ପର୍ବତ ଘେର ମଧ୍ୟରେ ଥିବା ଏହି ଉପରୋକ୍ତ ଜଳାଶୟ ମାନଙ୍କ ମଧୁର ଜଳ ସହିତ ଏଠାକାର ଅନୁକୂଳ ପରିବେଶ ଯୋଗୁଁ ରାଜ୍ୟ ବାହାର ଓ ବିଦେଶୀ ପକ୍ଷୀ ମାନଙ୍କୁ ଏହା ଆକୃଷ୍ଟ କରୁଥିବା ଜଣାଯାଇଛି । ଏତଦ୍ ବ୍ୟତୀତ ଏ ଅଂଚଳ ମାନଙ୍କରେ ବିଦେଶୀ ପକ୍ଷୀ ମାନଙ୍କ ପାଇଁ ପ୍ରାକୃତିକ ଖାଦ୍ୟ ପ୍ରଚୁର ପରିମାଣର ଉପଲବ୍ଧ ହେଉଥିବା କାରଣରୁ ଏଠାକୁ ବହୁ ସଂଖ୍ୟାରେ ଏହି ପକ୍ଷୀ ମାନଙ୍କ ଆଗମନ ହେଉଥିବା ସୂଚନା ମିଳିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା