ଓଡିଶା

ଚିତ୍ରୋତ୍ପଳା ଦକ୍ଷିଣ ନଦୀବନ୍ଧ ରାସ୍ତା କାର୍ଯ୍ୟର ଶିଳାନ୍ୟାସ ଉତ୍ସବ…

ନିଶ୍ଚିନ୍ତକୋଇଲି, ୧୮/୧ (ଅଭୟ ଜେନା) : ମହାନଦୀ ଚିତ୍ରୋତ୍ପଳା ଦ୍ୱିପାଂଚଳର ଚିତ୍ରୋତ୍ପଳା ଦକ୍ଷିଣ ନଦୀ ବନ୍ଧ ରାସ୍ତାର ପ୍ରଶସ୍ତି କରଣ ଓ ସୁଦୃଢ଼ୀ କରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାନ୍ତପୁର ଚିତ୍ରୋତ୍ପଳା ସେତୁ ନିକଟରେ ଅନୁଷ୍ଠିତ ଉତ୍ସବରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ରାସ୍ତାକାର୍ଯ୍ୟର ଶୁଭଦାନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଧାୟକ ଶ୍ରୀ ବେହେରା କହିଥିଲେ ଯେ, ଏହି ରାସ୍ତା ନିର୍ମାଣ ହେବାଦ୍ୱାରା ବଳରାମପୁରଠାରୁ ମହମ୍ମଦପୁର ପର୍ଯ୍ୟନ୍ତ ୨୬ କିମି ନଦୀବନ୍ଧରାସ୍ତା ପ୍ରଶସ୍ତ ହେବାସହ ସୁଦୃଢ ହେବ । ଯଦ୍ୱାରା ବନ୍ୟା ଜନିତ ଭୟ ରହିବ ନାହିଁ । ଉତ୍ସବରେ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅନୁପ କୁମାର ବେହେରା, ଏହି ରାସ୍ତା ନିର୍ମାଣ ନିମନ୍ତେ ୪୯କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ଓ ୩୦ ଫୁଟ ଓସାର ବିଶିଷ୍ଟ ହେବ ବୋଲି ପ୍ରକାଶ କରିଠନ୍ତି ।
ଜିଲ୍ଲା ପରିଷଦ ସଭ୍ୟ ବିଳାସ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ସଦସ୍ୟା ଶୁଭଶ୍ରୀ ମହାନ୍ତି ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ସରପଂଚ ବିଶ୍ୱ ଭୂଷଣ ନାୟକ, ମିଲନ ଭୂୟାଁ, ପ୍ରାକ୍ତନ ସରପଂଚ ସରୋଜ ବେହେରା, ନୃସିଂହ ଚରଣ ମୁଦୁଲି ପ୍ରମୁଖ ଉଦବୋଧନ ଦେଇଥିଲେ । ଶେଷେରେ ଯୁବ ନେତା ପ୍ରମୋଦ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା