ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ଦଶମର ଅଡିଓ…

ଭୁବନେଶ୍ୱର, ୧୬/୧ (ଅଭିଜିତ୍ ସିଂ) : ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲଠାରେ ଓଡିଶାର ପ୍ରଥମ ମ୍ୟୁଜିକାଲ ଚଳଚ୍ଚିତ୍ର “ଦଶମ” ର ମ୍ୟୁଜିକ୍ ଲଂଚ ଇଭେଣ୍ଟ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗ ଦେଇଥିଲେ । ଦଶମ ଚଳଚ୍ଚିତ୍ରରେ ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ କଣ୍ଠ ସ୍ୱରର ଯାଦୁ ଶ୍ରୋତାଙ୍କୁ ବିମୋହିତ କରିବ । ଗୋଟିଏ ପରେ ଗୋଟିଏ ହିଟ୍ ଦେଇଆସୁଥିବା ଯୁବ ନିର୍ଦ୍ଦେଶକ ରାଜା ଡି ଙ୍କର ଏକ ନିଆରା ପରିକଳ୍ପନାରେ ନିର୍ମିତ ଚଳଚ୍ଚିତ୍ର ଦଶମର ପ୍ରଯୋଜନା କରିଛନ୍ତି ଦୀପକ କୁମାର ଜେନା, ସହ-ପ୍ରଯୋଜନା କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, କୌଶିକ ଦାସ ଏବଂ ରାମ ପଟ୍ଟନାୟକ ।
ଦଶମ ଚଳଚ୍ଚିତ୍ରରେ ଏକା ସାଙ୍ଗରେ ୭ ଜଣ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, କ୍ରିତ ପ୍ରିୟୋ, ସନ୍ଦୀପ ପଣ୍ଡା, ଶୁଭ୍ରଜିତ ମହାନ୍ତି, ବିଜୟ ରଥ, ସୁବ୍ରତ ବେହେରା ଏବଂ ଅନୁରାଗ ପଟ୍ଟନାୟକ ଥିବା ବେଳେ ସୁପରଷ୍ଟାର ବାବୁସାନ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ, କୁଲଦୀପ ପଟ୍ଟନାୟକ, ବିରାଜ, ଗୌରବ ଆନନ୍ଦ, ଆଶ୍ରିତା, ସୌଜନ୍ୟ, ସୌରଭ, ଆଶୁତୋଷ, ସନ୍ଧ୍ୟାରାଣୀ, ସନ୍ଦୀପ ପଣ୍ଡା, ଶୈଳେନ୍ଦ୍ର ଏବଂ ସଞ୍ଜୀବ କୁମାର କଣ୍ଠଦାନ କରିଛନ୍ତି । ଦଶମରେ ସମୁଦାୟ ୯ ଟି ଗୀତ ରହିଛି ଏବଂ ସମସ୍ତ ଗୀତ ଗୁଡିକୁ ଲେଖିଥିବା ଗୀତିକାର ମାନେ ହେଲେ ସିରାଜ ରଥ, ରଞ୍ଜନ, ସୌମ୍ୟ ରଞ୍ଜନ ପଣ୍ଡା, ସନ୍ଦୀପ ପଣ୍ଡା, ଜେ ପି ୱାର୍ଡସ୍ମିଥ, ରାଜେଶ ଦାସ ଏବଂ କୁମାରଶ୍ରୀ ସାହୁ ।
ଏହି ଚଳଚ୍ଚିତ୍ର ଆସନ୍ତା ୧୮ ତାରିଖରେ ମୁକ୍ତିଲାଭ କରିବ । ଚଳଚ୍ଚିତ୍ର ର ମୁଖ୍ୟ ଚରିତ୍ରରେ ଶୈଳେନ୍ଦ୍ର ସାମନ୍ତରାୟ, ଆକାଶ ହୋତା, ଫନି ପ୍ରତୀକ, ଅର୍ମାନ ମହାନ୍ତି, ବଂଟି, ଜ୍ୟୋତି, ନୀଳାକ୍ଷୀ ପାତ୍ର, ସିମରନ, ସୁମନ ପଟ୍ଟନାୟକ, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ନିଜେ, ବାପି ଖୋର୍ଦ୍ଧା ଟୋକା ଏବଂ ଅଭିଜ୍ଞ ରବି ମିଶ୍ର ଅଛନ୍ତି । ପ୍ରମୋସନାଲ ଗୀତଟି ଅସୀମା ପଣ୍ଡାଙ୍କ ସହିତ ଅନୁଗୁଳିଆ ବଂଟି ଗାଇଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ ଏବଂ ଅଭିନୟରେ ଗୁଲୁଆ ଅଛନ୍ତି ।