ଓଡିଶା

ବିଜେଡି ବିଧାୟିକାଙ୍କୁ ଗାଦିଚ୍ୟୁତ କରିବାକୁ ବିଜେଡି କର୍ମୀଙ୍କ ସମରଶଯ୍ୟା,

ପୁଣି ବିଧାୟିକାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଲେ ପୁରୁଣା କର୍ମୀ
ଢେଙ୍କନାଳ, ୧୬/୧ (ସୁଜିତ୍ କୁମାର ବେହେରା) :
ବଢୁଛି ହିନ୍ଦୋଳ ବିଧାୟିକାଙ୍କ ଅଡୁଆ । ତେଜୁଛି ଜନ ଆନ୍ଦୋଳନ । ଏଥର ନେତୃତ୍ୱରେ ହେବ ପରିବର୍ତନ । ନଚେତ୍ ଦଳକୁ ଭୋଗୁବାକୁ ପଡିବ ଅନେକ ପ୍ରତିଘାତ । ଏଭଳି କିଛି ଭାବନା ନେଇ ହିନ୍ଦୋଳ ବିଧାୟିକାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ପୁରୁଣା କର୍ମୀ । ଦଳ ବନାମ ଦଳ ଭିତରେ ଲାଗିଛି ଦ୍ୱନ୍ଦ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଏକ ବଡ ଧରଣର କମ୍ପନ ଦେଖିବାକୁ ମିଳୁଛି । ଦ୍ୱିତୀୟ ଥର ପାଇଁ ଅସନ୍ତୁଷ୍ଟ ବିଜେଡ଼ି କର୍ମୀମାନେ ଖୋଲା ଖୋଲି ଭାବେ ବିଧାୟିକା ସୀମାରାଣୀ ନାଏକଙ୍କ ଏକଛତ୍ରବାଦ ଶାସନ ଓ ମନମୁଖୀ ଆଚରଣ ବିରୁଦ୍ଧରେ ବିଷ ଓଗାଳି ଥିବା ଦେଖିବାକୁ ମିଳୁଛି । କର୍ମୀ ନବୀନ, ପାଣ୍ଡିଆନ୍, ବବି ଜିନ୍ଦାବାଦ କରୁଥିବାବେଳେ ସେହି ଦଳର ବିଧାୟିକା ସୀମାରାଣୀ ମୁର୍ଦାବାଦ ନାରା ଏବେ ହିନ୍ଦୋଳରେ ଏକ କମ୍ପନ ସୃଷ୍ଟି କରିଛି ।
ସୂଚନା ଅନୁସାରେ ହିନ୍ଦୋଳ ବ୍ଲକର ପୂର୍ବତନ ଯୁବ ବିଜେଡ଼ି ସଭାପତି ତଥା ବରିଷ୍ଠ କର୍ମୀ ପ୍ରଦୀପ ସାମନ୍ତଙ୍କ ଆବାହନରେ ବିଜେଡିର ଶତାଧିକ ପୁରୁଣା କର୍ମୀମାନଙ୍କୁ ନେଇ ହିନ୍ଦୋଳ ବ୍ଲକ ରାସୋଳ ପଂଚାୟତ ଦାମାନି ପ୍ଲାଜାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ଦଳରୁ ଆସି ୨୦୧୪ ମସିହାରେ ବିଜେଡ଼ି ଟିକେଟରୁ ଲଢ଼ି ବିଧାୟିକା ହୋଇଥିବା ସୀମାରାଣୀ ନାଏକ କିଛି ଆମଦାନୀ ନେତାଙ୍କ କୋଠେରୀ ମଧ୍ୟରେ ରହି ଦଳର ପ୍ରତିଷ୍ଠାତା ଓ ପୁରୁଣା କର୍ମୀଙ୍କୁ ଅଣଦେଖା କରୁଛନ୍ତି ବୋଲି ଅସନ୍ତୋଷ କର୍ମୀ ମାନେ ଖୋଲା ଖୋଲି ପ୍ରତିକ୍ରିୟା ଦେଇଥିଲେ । ଆଗାମୀ ନିର୍ବାଚନରେ ସୀମାଙ୍କୁ ପ୍ରାର୍ଥୀ କଲେ ହଜାର ହଜାର କର୍ମୀ ଏହାର ପ୍ରତିବାଦ କରିବେ ବୋଲି ସେ କହିଥିଲେ ।
ଏହି ପ୍ରତିବାଦ ସଭାରେ ବିଭିନ୍ନ ପଂଚାୟତର ବରିଷ୍ଠ କର୍ମୀ ମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ ଏହି ଆକ୍ରୋଶ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା