ଓଡିଶା

ଓଡିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ ସଙ୍ଘ, କନ୍ଧମାଳ ଶାଖାର ଜିଲ୍ଲାସ୍ତରୀୟ ସାଧାରଣ ସଭା…

କନ୍ଧମାଳ, ୧୬/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ୍ ସାରଙ୍ଗଡ଼ରେ OSCSTEWCC (Regd no. ୮୨/୮୨ of ୧୯୮୨/୮୩) କନ୍ଧମାଳର ଜିଲ୍ଲାସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରୁଣ ମୁଖି, ରାଜ୍ୟ କୋଡ଼ିନେଟର୍ ଅର୍ଗାନାଇଜେସନ୍, ସମ୍ପାଦକ ଓ ମିସ୍ ସୁପ୍ରିୟା ପ୍ରଧା. ରାଜ୍ୟ କୋଡ଼ିନେଟର୍ ତଥା ଫାଇନାନ୍ସ ସେକ୍ରେଟାରୀ ଯୋଗ ଦେଇ ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତ ସଭ୍ୟସଭ୍ୟାଙ୍କୁ ସଂଗଠିତ ହୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ଜାତିର ଉର୍ନ୍ନତି ପାଇଁ ପ୍ରଥମେ ସଂଗଠନର ଉର୍ନ୍ନତି କରିବା ନିହାତି ଦରକାର୍ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଆଗାମୀ ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ଯକାରୀ କମିଟି ଗଠନ ଅସ୍ଥାୟୀ ଭାବେ ଚୟନ କରାଯାଇଛି ।
ଜିଲ୍ଲା ସଭାପତି ଭାବେ ସୁଜନ ବେହେରା, କାର୍ଯ୍ୟକାରିଣୀ ସଭାପତି ଭାବେ ସୁରପ୍ରସାଦ ନାୟକ, ସମ୍ପାଦକ କୈଳାଶ ଚନ୍ଦ୍ର କହଁର, କାର୍ଯ୍ୟକାରିଣୀ ସମ୍ପାଦକ ଦିଲ୍ଲୀପ କୁମାର ଦିଗାଲ, ଅର୍ଗା ନାଇଜେସନର ସମ୍ପାଦକ ବବିତା ସାହାଣୀ, ଏମ୍ପ୍ଲେମେଣ୍ଟ ସମ୍ପାଦକ ବିପିନ ପ୍ରଧାନ, କଲ୍ ଚୁରାଲ୍ ସେକ୍ରେଟାରୀ ରାଜେସ୍ କୁମାର ନାୟକ, ଫାଇନାନ୍ସ ସେକ୍ରେଟାରୀ ଦିବ୍ୟଲୋଚନ ମହାନନ୍ଦ, ଆଡିସନାଲ ସେକ୍ରେଟାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହି ଜିଲ୍ଲା ସ୍ତରୀୟ ବୈଠକରେ ଉପସ୍ଥିତ ରହି ବ୍ଲକସ୍ତରୀୟ କମିଟି ପରବର୍ତୀ ସମୟରେ ଗଠନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୨ ଗୋଟି ବ୍ଲକର ୧୦୦ ରୁ ଉଦ୍ଧ୍ୱର୍ କର୍ମଚାରୀ ଯୋଗ ଦେଇଥିଲେ । ବୈଠକଟିକୁ ଶ୍ରୀ ଭ୍ରମ୍ମର ବେହେରା ରାଜ୍ୟ ଏବଂ ଜିଲ୍ଲା କୋଡ଼ିନେଟର୍ (OSCSTEWCC) ପରିଚାଳନା କରିଥିଲେ ଏବଂ ଶ୍ରୀ କୈଳାଶ ଚନ୍ଦ୍ର କହଁର ସମସ୍ତ କାର୍ଯ୍ୟକୁ ସହଯୋଗ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା