୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ…

ନୀଳଗିରି, ୧୦/୧ (ସଚିଦାନଁଦ ପାତ୍ର) : ଦେଶ ପାଳନ କରିବାକୁ ଯାଉଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଏ ନେଇ ନୀଳଗିରି ବ୍ଳକ ସମ୍ମିଳନୀ କକ୍ଷରେ ସହକାରୀ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ରଣାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇ ପୂର୍ବବର୍ଷର ବିବରଣୀ ପାଠ କରିଥିଲେ । ଉକ୍ତ ବୈଠକରେ ତହସିଲଦାର ଦୀପ୍ତିମୟୀ ବେହେରା, ବିଡିଓ ରାହୁଲ ମଣ୍ଡଳ, ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗର ପଦାଧିକାରୀ, ଶିକ୍ଷକଶିକ୍ଷୟତ୍ରୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି. ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗୀତା ରଚନା କୁଇଜ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗୀତା ମାନ କୈଳାଶ ଚନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ କରାଯିବା ସହିତ ତିନିଦିନଧରି ଅଭ୍ୟାସ ପରେଡ୍ ଷ୍ଟାଡିୟମ୍ ପରିସରରେ କରାଇବାପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶେଷରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।