ଶୋଭାଯାତ୍ରାରେ ପରିକ୍ରମା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା…

ଘସିପୁରା, ୧୦/୧ (ସ୍ମୃତି ରଞ୍ଜନ ବିହାରୀ) : ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଇଲୋ ପଂଚାୟତରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପକଳ୍ପ ରଥକୁ ମିଶନଶକ୍ତି ମହିଳା ମାନେ ବହୁ ସୁନ୍ଦର ଭାବରେ ଝୋଟି ମୁରୁଜ ପକାଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପ୍ରତି ଘରୁ ମୁଠାଏ ଚାଉଳ ସହ ଗୋଟିଏ ଗୁଆ ପୂଜାର୍ଚ୍ଚନା କରି ଧୂପଦୀପରେ ବନ୍ଦାପନା କରି ଗ୍ରାମ ପରିକ୍ରମା କରିଛନ୍ତି । ଏଥିରେ ବହୁ ସଂଖ୍ୟକ ମିଶନଶକ୍ତି ମାଆ ଭଉଣୀଙ୍କ ସହ ସରପଂଚ ଶ୍ରୀମତୀ କଳ୍ପନା ଜେନା, ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚନା ବାରିକ୍ ଯୋଗଦେଇ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ପୁରୁଷ ଭକ୍ତ ମାନେ ଭଜନ କୀର୍ତ୍ତନ ନାମ ସଂକୀର୍ତ୍ତନ କରି ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା । ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଅଂଚଳ କମ୍ପି ଉଠିଥିଲା । ଶ୍ରଦ୍ଧାଳୁ ମାନେ ମୁଣ୍ଡରେ ମାରି ଗୋଟିଏ ଗୁଆ ସହ ଚାଉଳ ମୁଠାଏ ସମର୍ପଣ କରି ଶ୍ରଦ୍ଧାରେ ତୁଳସୀ ମାଳଟିଏ ଦେଇ ଜଗତର ନାଥ ଜଗନ୍ନାଥଙ୍କୁ ଡାକିଥିଲେ ।