ଲମ୍ବାଗୁଡ୍ରି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

କନ୍ଧମାଳ, ୧୦/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଂଚାୟତର ଲମ୍ବାଗୁଡ୍ରି ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ସୁଚାରୁରୂପେ ତୁଲେଇବା ପାଇଁ ସହକାରୀ ଶିକ୍ଷକ ବୈଦ୍ୟନାଥ ପାଟଯୋଶୀ, ଶିକ୍ଷକ ସୁକାନ୍ତ କୁମାର ସାହୁ, ଶିକ୍ଷକ ରୋହିତ କୁମାର ବେହେରା, ଶିକ୍ଷୟିତ୍ରୀ ରୁତୁପୂର୍ଣ୍ଣା ରଥ, ଶିକ୍ଷୟିତ୍ରୀ ସ୍ମୁତି ତନ୍ମୟୀ ପଣ୍ଡା ଯୋଗ ଦେଇ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିଲେ ।