ରାଜସ୍ୱ ଅମଲା ସଂଘର ଦାବି ପୂରଣ କଲେ ରାଜ୍ୟ ସରକାର…

ଜଗତସିଂହପୁର, ୧୦/୧ (ରୀତା ସାହୁ) : ରାଜସ୍ୱ ଅମଲା ସଂଘର ଦୀର୍ଘ ଦିନର ଦାବି ପୂରଣ ନେଇ ଅମଲା ମାନେ ବେଶ୍ ଖୁସି ହୋଇଛନ୍ତି । ରାଜ୍ୟ ସରକାର ବିଳମ୍ବ ହେଉ ପଛେ ରାଜସ୍ୱ ଅମଲା ମାନଙ୍କ ଦାବି ପୂରଣ କରିଛନ୍ତି । ୨୦୧୭ ମସିହାରୁ ଓଡ଼ିଶା ରାଜସ୍ୱ ଅମଲା ସଂଘ୍ ରାଜସ୍ୱ ଅମଲା ମାନଙ୍କୁ ପୃଥକ୍ କ୍ୟାଡ଼ର ପ୍ରଦାନ କରିବା ପାଇଁ ଓ ୪୨୦୦ଟଙ୍କା ଗ୍ରେଡପେ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିଆସୁଥିଲେ । ଏହି ପରିପ୍ରେକ୍ଷୀରେ ୨୦୧୭ ମସିହାରେ ୨୧ ଦିନ ଓ ୨୦୧୮ ମସିହାରେ ୨୪ ଦିନ କଲମ ଛାଡ ଆନେ୍ଦାଳନ କରିଥିଲେ । ଏହା ସହିତ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ ସହିତ ଯୋଡି ହୋଇ ୨୦୨୩ ମସିହାରେ ଜୁନ ୧ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଏକମାତ୍ର ଦାବି ୪୨୦୦ ସହ ପାଇଁ ସମୂହ ଛୁଟିନେଇ କାର୍ଯ୍ୟବନ୍ଦ ଆନେ୍ଦାଳନ କରିଥିଲେ । ସରକାର ରାଜସ୍ୱ ଅମଲା ସଂଘର ଦବିର ଯଥାର୍ଥତା ହୃଦୟଙ୍ଗମ କରି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଓଡ଼ିଶା ସରକାର ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲାଙ୍କୁ ପୃଥକ୍ କ୍ୟାଡ଼ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭିକେ ପଣ୍ଡିୟାନ, ସଂଗଠନ ସମ୍ପାଦକ ବବି ଦାସଙ୍କୁ ଜଗତସିଂହପୁର ଜିଲ୍ଲା ରାଜସ୍ୱ ଅମଲାସଂଘ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।