ରଘୁନାଥପୁର ବ୍ଲକ ତରିକୁନ୍ଦ ପଞ୍ଚାୟତରେ ଧାନ ମଣ୍ଡି ଉଦଘାଟିତ…

ଜଗତସିଂହପୁର, ୧୦/୧ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ପଂଚାୟତରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ତରିକୁନ୍ଦ ସେବା ସମବାୟ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ଅଜୟ କୁମାର ପରିଡା, ପୂର୍ବତନ ସଭାପତି ସୁକାନ୍ତ କୁମାର ବେହେରା, ତରିକୁନ୍ଦ ସରପଂଚ ବନମାଳୀ ସାହୁ, ଜୟଷୋଳ ସରପଂଚ ମମତା ଦାସଙ୍କ ସହିତ ସୋସାଇଟିର ସମସ୍ତ କମକର୍ତ୍ତା ଓ ବହୁ ଚାଷୀ ମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ । ଚଳିତ ବର୍ଷ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଲଷ୍ମୀ ମିଲରକୁ ଦୁଇ ହଜାର କୁଇଣ୍ଟାଲ ଧାନ ଉଠାଇବା ପାଇଁ ଦାଇତ୍ୱ ଦିଆଯାଇଛି । ଏଥି ନିମନ୍ତେ ତରିକୁନ୍ଦ ଓ ଜୟଷୋଳ ପଂଚାୟତର ୭୩୪ ଜଣ ଚାଷୀ ପଞ୍ଜିକରଣ କରିଥିବା ସୋସାଇଟି ପକ୍ଷରୁ କୁହାଯାଇଛି ।