ଓଡିଶା

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗସ୍ତରେ ଭି.କେ.ପାଣ୍ଡିଆନ୍…

ଲକ୍ଷ୍ମୀପୁର, ୧୦/୧ (ସଞ୍ଜୟ କୁମାର ପାଣି) : କୋରାପୁଟ ଜିଲ୍ଲା ଦିନିକିଆ ଗସ୍ତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ତଥା ବନ୍ଧୁଗାଁ, ନାରାୟଣପାଟଣା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକର ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉଦବୋଧନ ଦେଇ ନିର୍ବାଚନର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଏହି ଅବସରରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିକାଶ ପରିଷଦ ପକ୍ଷରୁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀକୁ ନେଇ ଏକ ରାଜସ୍ୱ ଉପଖଣ୍ଡ ମାନ୍ୟତା ଓ ଲକ୍ଷ୍ମୀପୁର ମେଡିକାଲକୁ ସବଡିଭିଜନ ମେଡିକାଲ ପ୍ରଦାନ କରିବା ନିମନ୍ତେ ଦାବି କରିଥିବା ବେଳେ ନିର୍ବାଚନ ମଣ୍ଡଳୀରୁ ଆସିଥିବା ଲୋକେ ବିଭିନ୍ନ ସମସ୍ୟାକୁ ନେଇ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା । ଏହି ସଭାରେ ୫ ଟି ଅଧ୍ୟକ୍ଷଙ୍କୁ ପାଖାପାଖି ଚାରି ବିଡ଼ା ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ସାମୁହିକ ମନ୍ଦିର,ମସଜିଦ, ଚର୍ଚ ଓ କମୁନିଟି ହଲ ଗୁଡ଼ିକ ଦଶ ଦିନ ଭିତରେ ଏପରି ପଂଚାୟତର ଗୋଟିଏ ମାତ୍ର କାର୍ଯ୍ୟ କାରି କରିବାପାଇଁ ପ୍ରତିଶୃତି ଦେଇଥିଲେ । ଏହା ପରେ ନାରାୟଣପାଟଣା ଓ ବନ୍ଧୁଗାଁ ରେ ଡିଗ୍ରୀ କଲେଜ ଆରମ୍ଭ କରାଯିବା ଭଳି ଅନେକ ପ୍ରତିଶ୍ରୁତି ଦେଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା