କଳାର ବିକାଶ ଦିଗରେ ଗୁରୁତ୍ୱାରୋପ କଲେ କୋଦଳା ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ…

ଗଞ୍ଜାମ, ୧୦/୧ (ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ୍. ଛଚିନା ଗ୍ରାମରେ ନୂତନ ବର୍ଷ ଉପଲକ୍ଷେ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ନାଟ୍ୟ ସଂସଦର ଷଷ୍ଠ ସାମାଜିକ ନାଟକ ‘ସୁଖ ନିଅଣ୍ଟକୁ ଦୁଃଖ ଅଣ୍ଟିଏ’ କୁ ଉଦଘାଟନ କଲେ କୋଦଳା ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ଅନିତା ସାହୁ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କୋଦଳା ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ ହରପ୍ରସାଦ ସାହୁ, କବିସୂର୍ଯ୍ୟନଗର ଯୁବ ସଂଗଠନର ସଭାପତି ରଂଜିତା ସାହୁ ଉପସ୍ଥିତ ରହି କଳାର ବିକାଶରେ ଗଞ୍ଜାମର ଭୂମିକା, ଓଡିଶାର କଳା ସଂସ୍କୃତି ଉପରେ ଆଲୋଚନା କରିବା ସହ ଅନେକ ଜନପ୍ରତିନିଧି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଗ୍ରାମାଂଚଳରେ କଳାର ବିକାଶ ପାଇଁ ଏହି ଗ୍ରାମରେ ମଂଚସ୍ଥ ହୋଇଥିବା ସାମାଜିକ ନାଟକ ପାଇଁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିସହ ନିଜ ବକ୍ତବ୍ୟରେ କଳାକାରମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନେକ ଜନପ୍ରତିନିଧି, ପୂର୍ବତନ ଜନପ୍ରତିନିଧି ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।