ଓଡିଶା

ତୀବ୍ରରୂପ ଧାରଣା କଲା ପାରାଦ୍ୱୀପ ଆଇଓସିଏଲ ଶ୍ରମିକଙ୍କ ଧାରଣା…

ଜଗତସିଂହପୁର, ୬/୧ (ରୀତା ସାହୁ) : ପାରାଦ୍ୱୀପ ଆଇଓସିଏଲ ଭଳି କେନ୍ଦ୍ରୀୟ ଶିଳ୍ପସଂସ୍ଥାରେ ଶ୍ରମିକ ଧାରଣା ତୀବ୍ର ରୂପ ଧାରଣ କରିଛି । ବିଗତ କିଛି ଦିନ ଧରି ଆଇଓସିଏଲ୍ ପାରାଦ୍ୱୀପ ହଳଦିଆ ପାଇପଲାଇନ ପ୍ରକଳ୍ପ ସମ୍ମୁଖରେ ପରିବାର ସହିତ ଧାରଣାରେ ବସିଛନ୍ତି ଶତାଧିକ ଶ୍ରମିକ । ଆଠ ଦଫା ଦାବିକୁ ନେଇ ପାଇପ ଲାଇନ ଡିଭିଜନ ପକ୍ଷରୁ ଦିଆଯାଇଛି ଶ୍ରମିକମାନଙ୍କ ଧାରଣା । ଧାରଣକୁ ବହୁ ଦିନ ବିତିଯାଇଥିଲେ ମଧ୍ୟ କମ୍ପାନୀ କର୍ତୃପକ୍ଷ ଆଲୋଚନାକୁ ଆସିନାହାନ୍ତି । ଯାହାକୁ ନେଇ ଶ୍ରମିକ ଅଶାନ୍ତି ତୀବ୍ରରୂପ ଧାରଣ କରିବା ସହିତ ଯଦି କମ୍ପାନୀ କର୍ତୃପକ୍ଷ ଶ୍ରମିକମାନଙ୍କ ଦାବି ମାନିବାରେ ବିଳମ୍ବ କରନ୍ତି ତେବେ ଶ୍ରମିକ ମାନଙ୍କ ସହବନ୍ଧିତ ଶ୍ରମିକ ସଂଗଠନ ତରଫରୁ ପାରାଦ୍ୱୀପର ବିଭିନ୍ନ ଶିଳ୍ପସଂସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଆନେ୍ଦାଳନରେ ସାମିଲ ହୋଇ ଅନିର୍ଦ୍ଧିଷ୍ଟ କଳାପାଇଁ ଆମରଣ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି । ଶ୍ରମିକମାନେ ଦୀର୍ଘ ୧୫ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ଦରମା ବୃଦ୍ଧି କରାଯାଉନାହିଁ । ଏପରିକି କ୍ୟାଣ୍ଟିନରେ ମିଳୁଥିବା ଖାଦ୍ୟରେ ଶ୍ରମିକମାନଙ୍କୁ ପାତର ଅନ୍ତର କରାଯିବା ସହିତ ୨୦୧୬ ମସିହାର ଚୁକ୍ତି ବାତିଲ, ଛଟେଇ ଶ୍ରମିକଙ୍କୁ ପୂର୍ଣ୍ଣ ନିଯୁକ୍ତି, ପୁରୁଣା ଶ୍ରମିକଙ୍କୁ ପଦୋନ୍ନତି ପ୍ରଭୃତି ୮ ଦଫା ଦାବିକୁ ନେଇ ଧାରଣାରେ ବସିଛନ୍ତି ଶ୍ରମିକ । ଯେ ପର୍ଯ୍ୟନ୍ତ ଆଇଓସିଏଲ ତରଫରୁ ଶ୍ରମିକମାନଙ୍କୁ ଲିଖିତ ପ୍ରତଶ୍ରୁତି ମିଳିନାହିଁ ସେ ପର୍ଯ୍ୟନ୍ତ ଧାରଣାରେ ବସି ରହିବାକୁ ଶ୍ରମିକମାନେ ଚେତାବନୀ ଦେଇଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା