ଠାକୁରଗଡ଼ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ୨୦୨୪ ପାଳିତ

ଆଠମଲ୍ଲିକ, ୬/୧ (ଧନଞ୍ଜୟ ନାୟକ) : ଅନୁଗୋଳ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବିଭାଗ ସହାୟତାରେ ଠାକୁରଗଡ଼ ଥାନା ଅଧିକାରୀ ନଟବର ନନ୍ଦଙ୍କ ନେତୃତ୍ୱରେ ଷୋଳପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଥାନା ପୁଲିସ କର୍ମଚାରୀମାନଙ୍କୁ ନେଇ ସଡ଼କ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଠାକୁରଗଡ଼ କଲେଜ ପରିସରରୁ ଏହି ଶୋଭାଯାତ୍ରା ବାହାରି ଠାକୁରଗଡ଼ ଗ୍ରାମ ପରିକ୍ରମା କରିବା ସହ ଲୋକମାନଙ୍କୁ ସଚେତନ କରିବା ସହ ନିୟମିତ ଗାଡି ଚଳାଇବା ସମୟରେ ହେଲମେଟ ଓ ସିଟବେଲ୍ଟ ବ୍ୟବହାର କରିବା ଉଚିତ ବୋଲି ସଚେତନ କରାଇଥିଲେ । ଏହି ଅବସରରେ ଟ୍ରାଫିକ ସଙ୍କେତ ପ୍ରତି ଧ୍ୟାନ ଦେବା, ନିଶା ସେବନ କରି ଗାଡି ନ ଚଳାଇବା, ଗାଡି ଚଲାଇଥିବା ସମୟରେ ମୋବାଇଲ ଫୋନର ବ୍ୟବହାର ନ କରିବା ଆଦି ପରାମର୍ଶ ଦେଇଥିଲେ । ଏହାସହ ରାସ୍ତାରେ ଯାଉଥିବା ବାଇକ ଆରୋହୀ ମାନଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ସମ୍ମାନିତ କରିଥିଲେ । ଏଥିରେ ଅନୁଗୁଳ ଏମ.ଭି.ଆଇ ଦିବ୍ୟଜ୍ୟୋତି ମହନ୍ତ, ଠାକୁରଗଡ଼ ଥାନା ପୁଲିସ ଅଧିକାରୀ ନଟବର ନନ୍ଦ, ସେକେଣ୍ଡ ଅଫିସର ମାନସ କୁମାର୍ ମିଶ୍ର, ଏ.ଏସ୍.ଆଇ ଯଶୋବନ୍ତି ନାୟକ, ନୁରୁଲ୍ ହକ୍, ଚିତ୍ତରଞ୍ଜନ ବେହେରା, ଡି କେ ସାହୁ, ସବା ମୁଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସ୍ୱେଛସେବୀ ଭାବେ ଶତୃଘ୍ନ ସାହୁ, କୁମୁଦ ଚନ୍ଦ୍ର ମିଶ୍ର, ଅନାମ ଚରଣ ସ୍ୱାଇଁ, ଧନଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।