ଓଡିଶା

କନ୍ଧମାଳରେ ଉଦଘାଟିତ ହେଲା ପଲ୍ଲୀଶ୍ରୀ ମେଳା ଓ କନ୍ଧମାଳ ମହୋତ୍ସବ ସାଂସ୍କୃତିକ ଶୋଭାଯାତ୍ରା…

କନ୍ଧମାଳ, ୬/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି ପଲ୍ଲୀଶ୍ରୀ ମେଳା ଓ କନ୍ଧମାଳ ମହୋତ୍ସବ ସାଂସ୍କୃତିକ ଶୋଭାଯାତ୍ରା । ଏହି ଅବସରରେ ଅତିଥିଗଣ ପ୍ରଥମେ ନାରାୟଣୀ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ମନ୍ଦିରେ ଦର୍ଶନ ଏବଂ ପୂଜାପାଠ କରି ଏକ ବିରାଟ ପଟୁଆରରେ ବାଜା ବାଦ୍ୟର ପ୍ରକମ୍ପିତ ଧୁନୀରେ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତ୍ୟେକ ସନ୍ଧ୍ୟାରେ ଲୋକନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନରେ ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ ଉପ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ରାୟ, ପି.ଏ.ଆଇ. ଟିଡିଏ. ପ୍ରବୀର କୁମାର ବାଣୁଆ, ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହି ସାଂସ୍କୃତିକ ଶୋଭାଯାତ୍ରାକୁ ଶୁଭ ଉଦ୍ ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଂସ୍କୃତିକ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠି ନେତୃତ୍ୱ ନେଇଥିବା ବେଳେ ଜିଲ୍ଲା କଳାସଂସ୍କୃତି ସଂଘ ଓ ପାରମ୍ପରିକ ଲୋକ କଳାକାର ମହାସଂଘ, କନ୍ଧମାଳ, ଟିକାବାଲି କର୍ମୀ ଶ୍ରୀଯୁକ୍ତ ବୁଲୁ ଦିଗାଲ, କୁନା ଦିଗାଲ, ରମା ପଣ୍ଡା, ଅକ୍ଷୟ କର୍ଣ, ବଳି କହଁର, ଅସିତ ନନ୍ଦ, ପ୍ରେମନ୍ତ କହଁର, ରଂଜିତ ମୁଖୀ, ବାନାମ୍ବର ମୁଖୀ, ବାମଦେବ ଡିଗାଲ, ଅପସରି ଡିଗାଲ, ନିଧିରାମ କହଁର, ସନ୍ତୋଷ ପାତ୍ର, ସିମାଂଚଳ ମାଝୀ, ଉଜ୍ୱଳ କୁମାର ସାହୁ, ବୀରେନ୍ଦ୍ର କହଁରଙ୍କ ସହଯୋଗରେ ମଶାଲ ଶୋଭାଯାତ୍ରା ସମ୍ପୂର୍ଣ୍ଣ ହୋଇଛି । ଏହି ଶୋଭାଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ସହ ତଥା କଳାକାରଙ୍କ ମନୋବଲକୁ ସୁଦୃଡ଼ କରାଯିବା ଉଦେଶ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ କନ୍ଧମାଳ ଶ୍ରୀଯୁକ୍ତ ରଦୋନ ମଲିକ, ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କହଁର ସାମିଲ ଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା