କଂଗ୍ରେସ ଦଳର ବନ୍ଧୁମିଳନ ଏବଂ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ…

କନ୍ଧମାଳ, ୬/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ବ୍ଲକ୍ ଏବଂ ଚକାପାଦ ବ୍ଲକ୍ କଂଗ୍ରେସ ଦଳ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବେହେରାଗାଁ ଗ୍ରାମପଂଚାୟତର ଆନନ୍ଦନଗରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେଇଥିଲେ ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତି ପ୍ରଧାନ । ସେହିପରି ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, ଜିଲ୍ଲା ଯୁବ ସଭାପତି ଚନ୍ଦନ ପଣ୍ଡା, ପୂର୍ବତନ ଜିଲ୍ଲା ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର, ରାଇକିଆ ବ୍ଲକର ସଭାନେତ୍ରୀ କ୍ରଷ୍ମାପ୍ରିୟା ପ୍ରଧାନ, ପୂର୍ବତନ ସରପଂଚ ପ୍ରକାଶ କହଁର, ବ୍ଲକ୍ ସଂଯୋଜକ ଅନନ୍ତ ସାହୁ, ବାମଦେବ ଦିଗାଲ, ପିସିସି ସଭ୍ୟ ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ବିଷେଷ କରି ଦଳ ଯେପରି ମଜଭୁତ ହୋଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ସାମ୍ନା କରିବ ସେ ବିଷୟରେ ବିଶେଷତଃ ଆଲୋଚନା କରିବା ସହିତ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।