୩୫ ହଜାରରୁ ଉର୍ଦ୍ଧ୍ୱ ଏସ୍ଏଚଜି ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରୁଛି ଏନଜିବି…

ଭୁବନେଶ୍ୱର, ୫/୧ (ଅଭିଜିତ୍ ସିଂ) : ବ୍ୟାଙ୍କ ଅଫ୍ ଇଣ୍ଡିଆ, ନ୍ୟାଶନାଲ ବ୍ୟାଙ୍କିଙ୍ଗ୍ ଗ୍ରୁପ୍ (ଏନଜିବି) ଓଡିଶାରେ ଆରମ୍ଭ ହୋଇଛି । ବ୍ୟାଙ୍କ ଆରମ୍ଭରୁ ୩୫ ହଜାରରୁ ଉର୍ଦ୍ଧ୍ୱ ଏସ୍ଏଚଜି ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରି ମହିଳା ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରାଇବା ସହ ମୁଦ୍ରା ଏବଂ ପିଏମ୍ ସ୍ୱନିଧି ଯୋଜନା ଅଧିନରେ ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନଙ୍କୁ ଋଣ ଯୋଗାଇ ସମାଜରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହାସହ ବିଭିନ୍ନ ଷ୍ଟାଟ୍ ଅପ୍ ନିମନ୍ତେ ଉଦ୍ୟୋଗୀଙ୍କୁ ଏମ୍ଏସ୍ଏମ୍ଇ ଋଣ ଯୋଗଇ ଦିଆଯାଇଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ ସବୁ ପ୍ରକାରର ବ୍ୟାଙ୍କିଙ୍ଗ୍ ଆବଶ୍ୟକତାକୁ ପୂରଣ କରିବା ସହିତ କ୍ରେଡିଟ୍ କାର୍ଡ, ଇନସୁରାନ୍ସ ଏବଂ ମ୍ୟୁଚୁଆଲ୍ ଫଣ୍ଡ ଆଦିର ସେବା ମଧ୍ୟ ପ୍ରଦାନ କରୁଛି । ରାଜ୍ୟର ୩୦ଟି ଜିଲ୍ଲାରେ ଏନଜିବି ଅଧିନରେ ବ୍ୟାଙ୍କର କେନ୍ଦୁଝର, ବାରିପଦା, ସମ୍ବଲପୁର ଏବଂ ଭୁବନେଶ୍ୱର ଜୋନ୍ ସମେତ ୨୫୮ଟି ଶାଖା କାର୍ଯ୍ୟ କରୁଛି । ଏନଜିବି ଓଡିଶା ୭ ଏସ୍ଏମ୍ଇସିସି ମାଧ୍ୟମରେ ଏମ୍ଏସ୍ଏମ୍ଇ ଏବଂ ୭ ଆରବିସି ମାଧ୍ୟମରେ ରିଟେଲ ସେବା ପ୍ରଦାନ କରୁଛି ।