ମାଛ କିଣନ୍ତୁ ପୁରସ୍କାର ଜିତନ୍ତୁ, ଅଭିନବ ଉପାୟ ଆପଣାଇଛନ୍ତି ମାଛ ବ୍ୟବସାୟୀ…

ଆଠମଲ୍ଲିକ, ୫/୧ (ଧନଞ୍ଜୟ ନାୟକ) : ବିଗତ ଏକ ବର୍ଷ ଧରି ଏକ କୁ୍ୟଣ୍ଟାଲରୁ ଅଧିକ ମାଛ କିଣିଥିବା ଗ୍ରାହକଙ୍କୁ ଲଟେରୀ ମାଧ୍ୟମରେ ଭେଟି ଦେଇଛନ୍ତି ମାଛ ବ୍ୟବସାୟୀ ସୁମନ୍ତ ବେହେରା । ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ମେଡ଼ିକାଲ ପାଖରେ ଥିବା ବେହେରା ମାଛ ଭଣ୍ଡାରରୁ ଗତ ଜାନୁଆରୀ ୨୦୨୩ ରିଖଠାରୁ ଡିସେମ୍ବର ୨୦୨୩ ରିଖ ପର୍ଯ୍ୟନ୍ତ ଏକ କୁ୍ୟଣ୍ଟାଲରୁ ଅଧିକ ମାଛ ୭୦୦ ଜଣ କିଣିଥିଲେ ଏବଂ କୁପନ ପାଇଥିଲେ । ଏହାର ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଠାକୁରଗଡ଼ ଲକ୍ଷ୍ମୀ ବଜାର ବଣିକ ସଂଘର ସଭାପତି ସନ୍ତୋଷ କୁମାର ବିଶ୍ୱାଳ ଏବଂ ସମ୍ମାନୀତ ଅତିଥି ରୂପେ ସନ୍ତୋଷ କୁମାର ସାହୁ, ଗଣେଶ୍ୱର ବାରିକ, ବିଜୟ କୁମାର ସାହୁ, ବସନ୍ତ ସାହୁ , ଦିଲ୍ଲୀପ କୁମାର ସେନାପତିଙ୍କ ଉପସ୍ଥିତିରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିର ପ୍ରଥମ ବିଜେତା ସୋଲଣ୍ଡା ଗ୍ରାମର ଅମିତ ସାହୁ ଏକ ନାଲି ରଙ୍ଗର ପ୍ୟାସନ ପ୍ରୋ ବାଇକ ପାଇଥିବା ବେଳେ ଧଳପୁର ଅଂଚଳର କଙ୍କଲା ଗ୍ରାମର ସୁଜିତ ହୋତା ଏକ ଫ୍ରିଜ୍ ଦ୍ୱିତୀୟ ପୁରସ୍କାର ଭାବେ ଏବଂ ତାଳଦର ଗ୍ରାମର ଅନିଲ ସାହୁ ଏକ ଏଲ୍.ଇ.ଡି ଟିଭି ପୁରସ୍କାର ଜିତିଛନ୍ତି । ତେବେ ମାଛ କିଣି ଏଭଳି ପୁରସ୍କାର ପାଇବା ପରେ ଲୋକେ ଅତ୍ୟନ୍ତ ଖୁସି ଥିବା ପ୍ରକାଶ କରିଛନ୍ତି ।