ମାଗଣା କିଡନୀ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ…

ଘସିପୁରା, ୫/୧ (ସ୍ମୃତି ରଞ୍ଜନ ବିହାରୀ) : ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା କିଡନୀ, ଡାଇବେଟିସ, ଉଚ୍ଚ ରକ୍ତଚାପ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ସାଇଁକୁଳ ଗୋଷ୍ଠୀ ଚିକିତ୍ସାଧିକାରୀ ଡାକ୍ତର ରଞ୍ଜିବ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ନିରଂଜନ ବେହେରା, ଡାକ୍ତର ଡି.ଜଗନ୍ନାଥ, ଡାକ୍ତର ଆଶୁତୋଶ ପାଣି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରିଥିଲେ । ଏଲଟି ପ୍ରଭୁକୃପା ନାୟକ, ମହିଳା ସ୍ୱାସ୍ଥ୍ୟକର୍ମୀ ସାରଥି ହେନାପତି, ଭାରତୀ ରାଉତ, ଶାଶ୍ୱତୀ ଦଳେଇ, ଫାର୍ମାସିଷ୍ଟ ବିଭୁତି ଭୂଷଣ ମହାନ୍ତି ପ୍ରମୁଖଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲାବ୍ରୋଟୋରୀକୁ ପଠାଇଥିଲେ । ରିପୋର୍ଟ ଆଧାରରେ ରୋଗ ଚିହ୍ନଟ କରାଯାଇ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଏହି ଚିକିତ୍ସା ଶିବିରରେ ସ୍ଥାନିୟ ସରପଂଚ ସୁଧାରାଣୀ ଧିର, ସମାଜଜସେବୀ ସୁଜିତ କୁମାର ଧୀର, ସ୍ଥାନିୟ ବିଲାବନ୍ଧ, ପୁରୁଣାବାନ୍ଧଗୋଡା, ତିଗିରିଆ, ନଣ୍ଡାବର, କିର୍ତ୍ତନପାଟିର, ନାନିକାବାହାଳୀ ପ୍ରଭୁତି ଗ୍ରାମର ୧୫୦ ରୁ ଉଦ୍ଧ୍ୱର୍ ମହିଳା ପୁରୁଷଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବିତରଣ କରାଯାଇଥିଲା ।