ଓଡିଶା

ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ନିମନ୍ତ୍ରଣ ଓ ଅକ୍ଷତ କଳସ ପରିକ୍ରମା…

ଗଜପତି, ୫/୧ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ନିମନ୍ତ୍ରଣ ଓ ଅକ୍ଷତ ରଥକୁ ରାମ ସାଗରଠାରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରି ଶୋଭାଯାତ୍ରାରେ କେରାଣ୍ଡି ଗ୍ରାମ ପରିକ୍ରମା କରାଯାଇଛି । ଗ୍ରାମର ରାଧା ଗୋବିନ୍ଦ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ବାରା ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ନାମ ସଂକୀର୍ତ୍ତନ ଓ ହନୁମାନ ଚାଲିଶା ଗାନ କରି ରାମ ସାଗର ଛକଠାରୁ ଏକ ବିରାଟ ପଟୁଆରରେ ନୂଆ କେରାଣ୍ଡି ଓ ପୁରୁଣା କେରାଣ୍ଡି ପରିକ୍ରମା କରାଯାଇଥିଲା ।

ମନରଞ୍ଜନ ନାୟକ ମୁଣ୍ଡରେ କଳସ ଧରି ଗ୍ରାମ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହନ୍ତ ମହାରାଜା ଦାମଦୋର ଦାସ, ଦେବୀ ମଠ ମହନ୍ତ ରାମାନନ୍ଦ ଦାସ ମହାରାଜା, ରାଧାକାନ୍ତ ସାହୁ, ଗିରିଶ ନାୟକ, ୱାର୍ଡ଼ ସଭ୍ୟ ସରୋଜ ଜେନା, ମନରଞ୍ଜନ  ନାୟକ, ୱାର୍ଡ଼ ସଭ୍ୟ ଶ୍ରୀକାନ୍ତ ବରାଡ଼, ରାଜେନ୍ଦ୍ର ଜେନାଙ୍କ ସମେତ ଶତାଧିକ ଯୁବ ଗୋଷ୍ଠୀ ଓ ଗ୍ରାମବାସୀ ପ୍ରମୁଖ ଯୋଗ ଦେଇଥିଲେ । ନୂଆ କେରାଣ୍ଡି ଓ ପୁରୁଣା କେରାଣ୍ଡି ଗ୍ରାମ ପରିକ୍ରମା ପରେ କଳସକୁ ଗ୍ରାମର ରାଧାଗୋବିନ୍ଦ ମନ୍ଦିରରେ ରଖାଯାଇଥିଲା ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା