ଓଡିଶା

ନୀଳଗିରି ଉପଖଣ୍ଡକୁ ମରୁଡି ଅଞ୍ଚଳ ଘୋଷଣା ଦାବି ନେଇ ଗଣଧାରଣା…

ନୀଳଗିରି, ୫/୧ (ସଚିଦାନଁଦ ପାତ୍ର) : ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡକୁ ମରୁଡି ଅଂଚଳ ଘୋଷଣା ଦାବିନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ନୀଳଗିରି ଉପଖଣ୍ଡର ଚାଷ ଜମିଗୁଡିକ ପାହାଡିଆ ଅଂଚଳ ହୋଇଥିବାରୁ ବର୍ଷା ପରେ ପରେ ଚାଷ ଜମିରୁ ପାଣି ନିଗିଡି ଯାଏ । ୭୬ ବର୍ଷ ର ସ୍ୱାଧୀନତା ପରେ ବି ଜଳସେଚନର ବ୍ୟବସ୍ଥା ହୋଇ ପାରି ନାହିଁ, ଯେଉଁ ଛୋଟ ଛୋଟ ବନ୍ଧ ମାନ ନିର୍ମାଣ ହୋଇଥିଲା ତାହା ଆଜି ପର୍ଯ୍ୟନ୍ତ ଚାଷକୁ ପାଣି ଯୋଗାଇବାରେ ବିଫଳ । ଚାଷୀ ପ୍ରକୃତିର ପାଣି ଉପରେ ନିର୍ଭର କରି ଚାଷ କରେ । ୨୦୨୩ ଖରିଫ ଚାଷରେ ଚକଡା ପୋକ ଲାଗିବା ସମ୍ପର୍କରେ ଅକ୍ଟୋବର ମାସରେ ନୀଳଗିରି ତହସିଲଦାର ଓ ନୀଳଗିରି କୃଷି ଜିଲ୍ଲା ମୁଖ୍ୟଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆ ନଯାଇ ଥିବା କୃଷକ ସଭାର ମତ । ଦୀର୍ଘ ୨ ମାସ ଧରି ଖରିଫ ଚାଷ ପାଇଁ ବର୍ଷା ନ ହେବାରୁ କ୍ଷେତରେ ଥିବା ଧାନ ଗୁଡିକ ପାଣି ଅଭାବରୁ ମରି ଯାଇଥିଲା । ଏ ସମ୍ପର୍କରେ ନୀଳଗିରି ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳ ବାଲେଶ୍ୱର, ରାଜ୍ୟପାଳ ଓଡିଶା ଓ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ଚାଷ କ୍ଷତି ସମ୍ପର୍କରେ ଜଣା ଯାଇଥିବା ଉଚଓ ର ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ ତାଙ୍କ ମନ୍ତବ୍ୟ ରେ ରଖିଥିଲେ । ପରେ ଏକ ପ୍ରତିନିଧି ଦଳ ଚାଷୀ ନେତା ବିଜୟ ସ ଙ୍କ ଜରିଆରେ ଜିଲ୍ଲାପାଳ ବାଲେଶ୍ୱର ଓ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଧାରଣାର ପ୍ରାରମ୍ଭରେ କୃଷକ ସଭାର ଜିଲ୍ଲା ସଭାପତି ବର୍ଷିଆନ କୃଷକ ନେତା କୈଳାଶ ଚନ୍ଦ୍ର ପଣ୍ଡାଙ୍କ ଅଧକ୍ଷତାରେ ଧାରଣା ଅନୁଷ୍ଠିତ ହୋଇଥିଲା । ଏହି ଧାରଣାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସବସିଡି, ଚଳିତ ବର୍ଷର କୃଷି ବୀମା, ମାଗଣାରେ ସାର ବିହନ, କାନଭାର୍ସନ ଜରିଆରେ ଚାଷୀଙ୍କୁ ପୁନର୍ବାର ଚାଷ ଋଣ ପ୍ରଦାନ, ଅଚଳ ଏଲଆଇକୁ ସଚଳ କରିବା, ପରୀକ୍ଷା ଫିସ ଛାଡ଼, ଖଜଣା ଛାଡ଼, ଜଙ୍ଗଲ ଜମି ପଟ୍ଟାରେ କୃଷି ଋଣ ପ୍ରଦାନ ସମେତ ଭୂମି ହୀନଙ୍କୁ ଘର ଡିହ ପଟ୍ଟା ଓ ଆଦିବାସୀଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ ପ୍ରଭୃତି ଦାବି ଉପସ୍ଥାପନା ହୋଇଥିଲା ।

ଏହି ଧାରଣା ସଭାରେ କୈଳାଶ ଚନ୍ଦ୍ର ପଣ୍ଡା ସଭାପତିତ୍ୱ କରୁଥିବା ବେଳେ ନିରଞ୍ଜନ ବାରିକ, ବିଜୟ ସ, ଜଗନ୍ନାଥ ଟୁଡୁ, ଅନିରୁଦ୍ଧ ବେହେରା ଚାଷୀଙ୍କ ଉଦେ୍ଦଶ୍ୟରେ ଉଦବୋଧନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିହାର ରଞ୍ଜନ ଜେନା, ଜଗନ୍ନାଥ ଟୁଡୁ, ମନୋଜ ସିଂ, ଦେବାନ ମାରାଣ୍ଡି, ଗାୟତ୍ରୀ ପଣ୍ଡା, ବାସନ୍ତୀ ନାୟକ, ଅନିରୁଦ୍ଧ ବେହେରା, ହରେକୃଷ୍ଣ ପଣ୍ଡିତ, ବିଶ୍ୱନାଥ ସାହୁ, ଭାସ୍କର ଦାସ, କିଶୋର ବେହେରା, ସାଧୁ ପରିଡା, ବିଦ୍ୟାଧର ବେହେରା, ଦେବେନ୍ଦ୍ର ବେହେରା ସମେତ ଶତାଧିକ ଚାଷୀ ଏହି ଧାରଣାରେ ଉପସ୍ଥିତ ଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା