ନିଆଁ ଲାଗି ଜଳିଗଲା ଦୁଇ ବଖରା ଘର…

ନୀଳଗିରି, ୫/୧ (ସଚିଦାନଁଦ ପାତ୍ର) : ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ଜଳି ପାଉଁଶ ହୋଇଯାଇଛି । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସିଆଡିମାଳ ପଂଚାୟତର ଶିଆଳ ଘାଟି ଗାଁରେ । ଗାଁର କାଳନ୍ଦ୍ରୀ ସିଂଙ୍କ ଘରେ ଲାଗିଛି ନିଆଁ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ସମ୍ପୂର୍ଣ ଘରି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ କେମିତି ଲାଗିଲା ତାହା ଜଣା ପଡ଼ି ନଥିବା ବେଳେ ଘଟଣା ସ୍ଥଳରେ ନୀଳଗିରି ଅଗ୍ନିଶମ ବିଭାଗ ପହଁଚି ନିଆ କୁ ଆୟତ୍ତ କରିଛି । ତେବେ ନିଆଁ ଲାଗି ଘରର ସମସ୍ତ ଆସବାବ ପତ୍ର,ପୋଡି ଯିବା ସହିତ ମଟରସାଇକେଲ, ଧାନ .ଚାଉଳ ସମେତ ଟଙ୍କା ମଧ୍ୟ ଜଳି ଯାଇଥିବା ଦେଖିବାକୁ ମିଳିଛି । ଏ ନେଇ କାଳନ୍ଦ୍ରୀ ସିଂଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଅଂଚଳବାସି ଦାବି କରିଛନ୍ତି ।