ଟାଇକୋଣ୍ଡରେ ହିନ୍ଦୋଳ ପାଇଁ ଗର୍ବ ଆଣିଲେ କୁନି ପ୍ରତିଭା ସାଇ ଅଂଶିକା…

ଢେଙ୍କାନାଳ, ୫/୧ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିର କୁନି ଝିଅ ସାଇ ଅଂଶିକା ନିଜର ବିରଳ କୃତିତ୍ୱ ଯୋଗୁଁ ଅଂଚଳ ପାଇଁ ଗର୍ବ ଆଣିଦେଇଛନ୍ତି । ହିନ୍ଦୋଳ ଏନ୍ଏସି ୱାର୍ଡନଂ-୧୧ ନୂତନପଟଣାରେ ବାସ କରୁଥିବା ଶିକ୍ଷକ ଦମ୍ପତି ଚିନ୍ମୟ କର ଓ ସ୍ମୃତିପ୍ରିୟା ନନ୍ଦଙ୍କ କୁନିଝିଅ ତଥା ସେଣ୍ଟଜାଭିଅର ଛାତ୍ରୀ ସାଇ ଅଂଶିକା ପ୍ରିୟଦର୍ଶିନୀ ଗତ ଡିସେମ୍ବର ମାସ ୨୭ ଏବଂ ୨୮ ତାରିଖରେ ଭଦ୍ରକ ଜିଲ୍ଲାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଏପ୍ରିଲ ୪/୫/୬ରେ ଲକ୍ଷ୍ନୌରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସାଇ ଅଂଶ ଗ୍ରହଣ କରିବେ ବୋଲି ଜଣା ପଡିଛି । ସାଇଙ୍କୁ ପ୍ରଶିକ୍ଷଣ ଦେଉଥିବା ପ୍ରଶିକ୍ଷକ ଦୁଷ୍ମନ୍ତ ନାଥଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଆସନ୍ତା ଏପ୍ରିଲରେ ମଧ୍ୟ ସାଇ ହିନ୍ଦୋଳ ପାଇଁ ଗୌରବ ଆଣିବେ ବୋଲି ଦୃଢୋକ୍ତି କରିଛନ୍ତି । ଏ ନେଇ କୃତି କୁନି ଖେଳାଳି ସାଇ ଅଂଶିକାଙ୍କୁ ହିନେ୍ଦାଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଓ ଏନ୍ଏସି ଅଧ୍ୟକ୍ଷ କେଶବ ପ୍ରଧାନ ନିଜ ଅଫିସରେ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସମସ୍ତ ପ୍ରକାରର ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । ଅପରପକ୍ଷେ ସାଇ ଅଂଶିକାଙ୍କ ଏହି ବିରଳ କୃତିତ୍ୱ ପାଇଁ ହିନ୍ଦୋଳ ଏନ୍ଏସିରେ ଖୁସିର ଲହରୀ ଖେଳିବା ସହ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଥିବା ଜଣାପଡିଛି ।