ବସନ୍ତମଞ୍ଜରୀ ଟ୍ରଷ୍ଟ ପକ୍ଷରୁ ଜନାର୍ଦ୍ଦନପୁର‐ପାଟଣା ଗ୍ରାମରେ କମ୍ବଳ ବଂଟନ

ଘସିପୁରା, ୪/୧ (ସ୍ମୃତି ରଞ୍ଜନ ବିହାରୀ) : କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବସନ୍ତ ମଞ୍ଜରୀ ଫାଉଣ୍ଡେସନ ପକ୍ଷରୁ ଘସିପୁରା ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର‐ପାଟଣା ଗ୍ରାମର ଅସହାୟ ବୃଦ୍ଧବୃଦ୍ଧା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ବଂଟନ କରାଯାଇଛି । ବ୍ୟଙ୍ଗକବି ଘନଶ୍ୟାମ ବୋଇତେଇଙ୍କ ସଂଯୋଜନାରେ ବସନ୍ତ ମଞ୍ଜରୀ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଟ୍ରଷ୍ଟି ଡଃ ରତିକାନ୍ତ ବରାଳ ଉପସ୍ଥିତ ରହି ୫୦ ରୁ ଉର୍ଦ୍ଧ୍ବ ଅସହାୟ ଗରିବ ବୃଦ୍ଧବୃଦ୍ଧା ଏବଂ ଭିନ୍ନକ୍ଷମଙ୍କୁ କମ୍ବଳ ପ୍ରଦାନ କରିବା ସହ ସମସ୍ତଙ୍କୁ ମିଷ୍ଠାନ୍ନ ଖୁଆଇ ନୂଆବଷ ପାଳନ କରିଛନ୍ତି । ଆଗାମୀ ଦିନରେ ଯଥା ସମ୍ଭବ ସେମାନଙ୍କର ସମସ୍ତ ଅସୁବିଧାକୁ ଦୂର କରାଯିବ ବୋଲି ସମାଜସେବୀ ଡଃ ରତିକାନ୍ତ ବରାଳ ପ୍ରତିଶ୍ରୁତି ଦେଇଛନ୍ତି । କମ୍ବଳ ବଂଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମର କାର୍ତ୍ତିକଚନ୍ଦ୍ର ସ୍ୱାଇଁ, ପ୍ରାକ୍ତନ ଶିକ୍ଷକ ତ୍ରିଲୋଚନ ରାଉତ, ସମାଜସେବୀ ପ୍ରଦିପ କୁମାର ରାଉତ, ଲୋକନାଥ ରାଉତ, ପ୍ରମୋଦ ଦାସ, ବିରଭଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।