ଫୁଲବାଣୀରେ ଦୁଇଦିନିଆ ସାଂସ୍କୃତିକ ଜନଜାତି ମହୋତ୍ସବ ଉଦଯାପିତ…

କନ୍ଧମାଳ, ୪/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଫୁଲବାଣୀ ବ୍ଲକ ନିକଟସ୍ଥ କରୋନେସନ ପଡ଼ିଆରେ ଦୁଇଦିନିଆଁ ବ୍ଲକ୍ ସ୍ତରୀୟ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେବା ସହ କନ୍ଧମାଳ ଜିଲ୍ଲାରେ ଆଦିବାସୀ ସାଂସ୍କୃତିକ ପରମ୍ପରା ବଜାୟ ରଖି କଳାକାରଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ପ୍ରତ୍ୟେକ ବ୍ଲକରେ ଏହି କାର୍ଯ୍ୟକ୍ରମ କରିଛନ୍ତି ବୋଲି କହିଥିଲେ । ସେହିପରି କନ୍ଧମାଳ ଜିଲ୍ଲାରେ ବହୁ ଆଡ଼ମ୍ବରରେ ଦୁଇଦିନିଆ ଜନଜାତି ସାଂସ୍କୃତିକ କାର୍ଯ୍ୟକ୍ରମ ହେଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ନାନିତ ଅତିଥି ଭାବେ ଫୁଲବାଣୀ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରତୀକ ସାହୁ, ଫୁଲବାଣୀ ପିଏ ଆଇ ଟି ଡିଏ ପ୍ରବୀଣ କୁମାର ବାଣୁଆ, କୁଇସମାଜ ସେବା ସମିତି ସଭାପତି ସୁଦର୍ଶନ କହଁର, ଉପଜିଲ୍ଲାପାଳ ଜୋତି ଶଙ୍କର ରାୟ , କୁଇ ସମାଜ ସେବାସମିତିର ସମ୍ପାଦକ ଅବନୀ କହଁର, ଫୁଲବାଣୀ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା କହଁର, ଉପଧକ୍ଷା ଶ୍ରୀନିବାସ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରମା ମଲ୍ଲିକ, ଏସଡିସି ମେମ୍ବର୍ ଭଜମନ ପ୍ରଧାନ, ନଳିନୀ କହଁର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ ବ୍ଲକ୍ ସମ୍ପ୍ରସାରଣ ଅଧିକାରିଣୀ ନିବେଦିତା ମହାନ୍ତି ଏବଂ ବ୍ଲକ୍ ଷ୍ଟାପ୍ ସୂଚାରୁରୂପେ ତୁଲେଇ ଥିବା ଦେଖିବାକୁ ମିଳିଥିଲା । ଖଜୁରୀପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର ମଂଚ ପରିଚାଳନା କରିଥିଲେ । କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆୟୋଜିତ ହେଇଥିବା ଏହି ଦୁଇଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଦିବାସୀ କୁଇ କଳାକାରମାନେ ନିଜକୁ ଧନ୍ୟମନେ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।