ଓଡିଶା

ପଞ୍ଚଧାର ସାହିତ୍ୟ ସଂସଦର ସାରସ୍ୱତ ସମାରୋହ

ଆଠମଲ୍ଲିକ, ୪/୧ (ଧନଞ୍ଜୟ ନାୟକ) : ଆଠମଲ୍ଲିକର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଂଚଧାର ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୂଚନା କେନ୍ଦ୍ରଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସଦର ସଭାପତି ପ୍ରାକ୍ତନ ଅଧ୍ୟାପକ ବିବେକାନନ୍ଦ ବେହେରା ସଭାପତିତ୍ୱ କରିଥିବା ବେଳେ ଅନ୍ୟତମ ଅତିଥି ଭାବରେ ସଂସଦର ଉପଦେଷ୍ଟା ନାଟ୍ୟକାର ଚିତ୍ତ ରଞ୍ଜନ ତ୍ରିପାଠୀ ଓ ସାମ୍ୱାଦିକ ଉଦିପ୍ତ ପୁରୋହିତ ଯୋଗ ଦେଇଥିଲେ । ପଂଚଧାର ସାହିତ୍ୟ ସଂସଦର ସମ୍ପାଦକ ଇଂ ଆଭାସ କୁମାର କ୍ଷେତୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କଳା, ସାହିତ୍ୟ, ସଙ୍ଗୀତ ଏକ ଆଦର୍ଶ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ସମ୍ପର୍କର ସେତୁ ନିର୍ମାଣ କରେ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା । ମନ୍ମଥ ଭୁରଭୁରି ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଆଠମଲ୍ଲିକ ମହାବିଦ୍ୟାଳୟର ଛାତ୍ରୀ ଶ୍ରୁତି ସମ୍ପର୍ଣ୍ଣା ଦାଶ, ସଙ୍ଗୀତଜ୍ଞ ପରମେଶ୍ୱର ପାତ୍ର, ବିକ୍ରମ ରଣଭଇଁସା, କଳିଙ୍ଗ ବେହେରାମାଳି, ଭୁବନ ମୋହନ ତ୍ରିପାଠୀ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ଗୁରୁ ଶ୍ରୀଧର ମହାନ୍ତି, ଯୁବ ତବଲା ବାଦକ ମାନସ କର୍ଣ୍ଣ ଓ ଟୁକୁନୁ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

କବି କାଳିଦାସ କୁମ୍ଭାର ଓ ସର୍ବେଶ୍ୱର ଘିବାଲା ସ୍ୱରଚିତ କବିତା ପାଠ କରିଥିବା ବେଳେ ଆଭାସ କୁମାର କ୍ଷେତୀ ଗଳ୍ପ ପାଠ କରିଥିଲେ । ପଂଚାନନ ଗାଈଗରିଆ ଦଣ୍ଡଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଜିଲ୍ଲା ସ୍ତରରେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଯୁବ ଚିତ୍ରଶିଳ୍ପୀ ଅଭିଳାଷ ସ୍ୱାଇଁ ଓ କଣ୍ଠଶିଳ୍ପୀ ଶ୍ରୁତି ସମ୍ପର୍ଣ୍ଣା ଦାଶଙ୍କୁ ପଂଚଧାର ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଂଚଧାର ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଜୟ ନାରାୟଣ ଦାସ ଓ ବଇଣ୍ଡାର କବୟିତ୍ରୀ ପ୍ରେମଲତା ସାହୁଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ ଶିଳ୍ପୀ ରଣଜିତ୍ ରଣା, ସଂଗ୍ରାମ ମିଶ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷକ ସଦାଶିବ ଦଳବେହେରା ନୂଆ ବର୍ଷକୁ ସ୍ୱାଗତ ଜଣାଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା