ଓଡିଶା

ନୂଆବର୍ଷରେ ୪ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଉପହାର

କନ୍ଧମାଳ, ୪/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଅଧିନସ୍ଥ ୪ ଜଣ ଦୃଷ୍ଟିବାଧିତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଲାପଟପ୍ ଅନୁମଦିତ ହେଇଥିଲା । ଉକ୍ତ ଲାପଟପକୁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପଟେଲଙ୍କ ଦ୍ୱାରା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବଳରାମ ସେଠିଙ୍କ ଉପସ୍ଥିତିରେ ଏହାକୁ ବିତରଣ କରାଯାଇଛି । ଏହି ଅବସରରେ ଟୁଇଁଙ୍କିଲ୍ କହଁର, କରନସିଂ ଦିଗାଲ, କାଁହୁଚରଣ ସାହୁ ଏବଂ ଜ୍ୟୋତିରଞ୍ଜନ ମଲ୍ଲିକଙ୍କୁ ଲାପଟପ ବଂଟନ କରାଯାଇଛି । ଏହି ଲାପଟପ୍ ବିତରଣ କାର୍ଯ୍ୟକୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବଡ଼ସେଟ୍ ଏବଂ ସମସ୍ତ କର୍ମଚାରି ରଶ୍ମିରେଖା , ଶୁଭ, ଇତିରାଣୀ, ସୁଜିତ୍ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ଉକ୍ତ ଲାପଟପ୍ ପାଇବା ପରେ ଓଡ଼ିଶାର ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲ ଏବଂ କନ୍ଧମାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ସମସ୍ତ ଷ୍ଟାପଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣେଇଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା