ଚିଚେଗୁଡା ମଣ୍ଡି ଅନିୟମିତତା ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଫେରାଦ ହେଲା କଂଗ୍ରେସ…

ଧର୍ମଗଡ଼, ୪/୧ (ନିକୁଞ୍ଜ ଚଲାନ) : ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଚିଚେଗୁଡ଼ା ଧାନ ମଣ୍ଡିରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ ଜୁନାଗଡ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଦୁର୍ନୀତି ନିବାରଣ ବିଭାଗ ଓ ଉନିବନ୍ଧକଙ୍କୁ ସାକ୍ଷାତ୍ କରି ଲିଖିତ ଅଭିଯୋଗ ପ୍ରଦାନ କରିଛି । ସୂଚନା ଯୋଗ୍ୟ ଯେ ଗତ ୨୬ ଡିସେମ୍ବର ୨୦୨୩ କଂଗ୍ରେସ ଦଳର ଏକ ରଜ୍ୟ ସ୍ତରୀୟ ପ୍ରତିନିଧି ଦଳ ଚିଚେଗୁଡା ଧାନ ମଣ୍ଡି ପରିଦର୍ଶନ କରୁଥିବା ସମୟରେ ଚାଷୀଙ୍କ ଅଭିଯୋଗ କ୍ରମେ ଦେଖିବାକୁ ପାଇଥିଲେ ଯେ, ଓଜନ ମାପକ ଯନ୍ତ୍ର ଦ୍ୱାରା ଚାଷୀମାନଙ୍କୁ କୁଇଟାଲ ପିଛା ୬ କେଜିରୁ ଉର୍ଦ୍ଧ ଧାନ ଚଂଚକତା କରି ଚାଷୀଙ୍କୁ ଶୋଷଣ କରାଯାଉଅଛି । ଏ ନେଇ ଅଭିଯୋଗକୁ ପ୍ରମାଣ କରିବା ପାଇଁ କଂଗ୍ରେସ ପ୍ରତିନିଧି ଦଳ ତୁରନ୍ତ ଓଜନ ମାପକ୍ ଯନ୍ତ୍ରକୁ ପରୀକ୍ଷା କରିଥିଲେ । ପରୀକ୍ଷା ସମୟରେ ଜଣାପଡିଥିଲା ଯେ ଚାଷୀଙ୍କଠାରୁ କୁଇଟାଲ ପିଛା ୬ କେଜି ଧାନ ମେସିନ ଦ୍ୱାରା ଠକେଇ କରି ନେଉଛନ୍ତି ମଣ୍ଡି କର୍ମଚାରୀ । ଏହି ବିଷୟରେ ସ୍ଥାନୀୟ ତହସିଲଦାର ଉପଜିଲ୍ଲାପାଳଙ୍କୁ ଜଣେଇଲାପରେ ମଣ୍ଡିକୁ ଆସି ଓଜନ ମାପକ ଯନ୍ତ୍ରକୁ ଜପ୍ତ କରିଥିଲେ । ତେବେ ଅଭିଯୋଗ ଆଧାରରେ ଭିଜିଲାନ୍ସ ଅଫିସରେ ଏକ ମାମଲା ରୁଜୁ କରାଯାଇଛି । ଯଦି ଚାଷୀ ଶୋଷଣ ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ବ୍ୟାପକ ଆନେ୍ଦାଳନ ହେବ ବୋଲି କଂଗ୍ରେସ ନେତା ସାଉଲ ମଙ୍ଗରାଜ, ପ୍ରଭାତ ଦାସ, ଚିତ୍ତ ରଞ୍ଜନ ନିଆଲ ପ୍ରମୁଖ ଜଣାଇଛନ୍ତି ।