ଘରୋଇ ଆଇଟିଆଇ ସଂସ୍ଥା ପକ୍ଷରୁ ଓଁଙ୍କାର ସେବାଶ୍ରମରେ ପୋଷାକ ଓ ଶୀତବସ୍ତ୍ର ବଣ୍ଟନ…

ଘସିପୁରା, ୪/୧ (ସ୍ମୃତି ରଞ୍ଜନ ବିହାରୀ) : ଘସିପୁରା ବ୍ଲକ ମଦନପୁର ପଂଚାୟତ ବାମ୍ଫିଡି ଗୋଡିସାହି ସ୍ଥିତ ଓଁକାର ସେବାଶ୍ରମରେ ଓଡିଶା ଘରୋଇ ଆଇଟିଆଇ ଆସୋସିଏସନ ସଂସ୍ଥା ପକ୍ଷରୁ ଓଁଙ୍କାର ସେବାଶ୍ରମରେ ଅଧ୍ୟୟନରତ ଅନାଥ ତଥା ଗରିବ ଶିଶୁ ମାନଙ୍କୁ ପୋଷାକ ଓ ଶିତବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କେନ୍ଦୁଝର ଜୋନର ସାଧାରଣ ସମ୍ପାଦକ ସଭାପତିତ୍ୱ କରିଥିବା ବେଳେ ଓଁଙ୍କାର ସେବାଶ୍ରମ ମ୍ୟାନେଜିଂ ଟ୍ରଷ୍ଟି ତଥା ଭାଇସ ଚେୟାରମ୍ୟାନ ଗୋବର୍ଦ୍ଧନ ବେହେରା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡିଶା ଘରୋଇ ଆଇଆଇଟି ସଂଘର ସଭାପତି ଡ.ଅରୁଣ ନାୟକ, ସମ୍ପାଦକ ଇଂ ଦେବାଶିଷ ଆଚାର୍ଯ୍ୟ, ଉପସଭାପତି ମିଲନ ମହାପାତ୍ର, ବିଶ୍ୱଜିତ ପଣ୍ଡା, ସହ ସମ୍ପାଦକ ମଧୁସୁଦନ ମହାପାତ୍ର, ପ୍ରଦିପ ମିଶ୍ର ଏବଂ ଭଦ୍ରକ ଜୋନ ସମ୍ପାଦକ ଗଣେଷ ବିଶ୍ୱାଳ, ମୟୂରଭଞ୍ଜ ଜୋନର ସମ୍ପାଦକ ରୂପେଶ କୁମାର ଗିରି, ଗଞ୍ଜାମ ଜୋନର ସମ୍ପାଦକ ଜୟନ୍ତ ପାତ୍ର, ଝାରସୁଗୁଡାର ସମ୍ପାଦକ ବିକେ ପାଢୀ, କଟକ ଜୋନର ଦେବୀ ବାବୁ ଏବଂ ନିର୍ବାଚନୀ ଅଫିସର ଜୟନ୍ତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ନୂତନ ବର୍ଷକୁ ସ୍ୱାଗତ କରି ଗରିବ ଅସହାୟ ଛାତ୍ରଛାତ୍ରୀଙ୍କ ମୁହଁରେ କ୍ଷଣିକ ହସ ଫୁଟାଇବା ପାଇଁ ଓଡିଶା ଘରୋଇ ଆଇଆଇଟି ସଂସ୍ଥା ପକ୍ଷରୁ ଏହା ଏକ ଛୋଟିଆ ପ୍ରୟାସ । ଏହି ଅବସରରେ ବସ୍ତ୍ର ସହ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସୁସ୍ୱାଦୁ ଭୋଜନ ବ୍ୟବସ୍ଥା କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ଜଣାପଡିଛି ।