ଓଡିଶା

ଖାଉଟି ଉପଭୋକ୍ତାଙ୍କୁ ଲୁଟୁଛନ୍ତି ସରକାରୀ ଅଧିକାରୀ, ଜିଲ୍ଲାପାଳଙ୍କ ପଦକ୍ଷେପକୁ ଅପେକ୍ଷା..

କନ୍ଧମାଳ, ୪/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିପଡ଼ା ଲ୍ୟାମ୍ପସେସ୍ ଦୁତିମେଣ୍ଡି ବିକ୍ରୟ କେନ୍ଦ୍ରରେ ଆରମ୍ଭ ହୋଇଛି ଲାଂଚଖିଆ ମିଶନ । ଫୁଲବାଣୀର ପୂର୍ବତନ ଉପ ଜିଲ୍ଲାପାଳ ଏବଂ ଖଜୁରୀପଡ଼ା ଖାଦ୍ୟଯୋଗାଣ ନିରିକ୍ଷକ ଅଧିକାରିଣୀ ଭାର୍ଗବୀ ମ୍ୟାଡମ୍ ଓ (ACSO) ପ୍ରାଣୀଗ୍ରାହୀଙ୍କୁ ଦୁତିମେଣ୍ଡି ପିଡିଏସ୍ର ବିକ୍ରେତା ଲାଂଚ ନ ଦେବାରୁ ଏହି ତିନି କର୍ମଚାରିଙ୍କର ଲାଂଚଖିଆ ପ୍ରଣାଳୀ ଏବଂ ଖାଉଟି ଉପଭୋକ୍ତା ମାନଙ୍କ ନିମନ୍ତେ ଆସୁଥିବା ସରକାରଙ୍କ ପିଡିଏସ୍ ଟଙ୍କା ଲୁଟିବା ଯୋଜନା ମିଶନ ଆରମ୍ଭ ହୋଇଛି ବୋଲି ଅଭିଯୋଗ ହୋଇଛି । ପ୍ରକାସ ଥାଉକି ଦଶହରା ପୂର୍ବରୁ ଖଜୁରୀପଡ଼ା ଏମ୍ଆଇ ଅନ୍ୟ ବିକ୍ରେତାମାନଙ୍କଠାରୁ ବଟି ଆଦାୟ କରିଛନ୍ତି । MI ଙ୍କ ଘରକୁ ଯାଇ କିଛି ବିକ୍ରେତାମାନେ ଚାକିରୀ ଭୟରେ ଟଙ୍କା ଦେଇଛନ୍ତି ଯାହାର କି ଫୋନ୍ କଲ୍ ରେକର୍ଡ ସାମ୍ନାକୁ ଆସିଛି । କନ୍ଧମାଳ ଜିଲ୍ଲା ଏକ ପଛୁଆ ବର୍ଗ ଆଦିବାସୀ ଜିଲ୍ଲା ହେଇଥିବା ହେତୁ ଏଭଳି ହୀନ କାର୍ଯ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ବାବଦରେ ଦୁତିପଡ଼ା ଲ୍ୟାମ୍ପସ୍ ଦୁତିମେଣ୍ଡି ବିକ୍ରୟ କେନ୍ଦ୍ରର ପରିଚାଳନା ନିର୍ଦେଶକ ପ୍ରଦୀପ କୁମାର ସେଠି, ସଭାପତି ଇନ୍ଦ୍ରଦ୍ୟୁମ୍ନ ମଲ୍ଲିକ, AICWC ର ରାଜ୍ୟ ଉପସଭାପତି କୁନା ଦିଗାଲ ଏବଂ ଦୁତିମେଣ୍ଡିର ବିକ୍ରେତା ଉପ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମାଧାନର ବାଟ ନିମନ୍ତେ ଆଲୋଚନା କରିଥିଲେ । ଏଠି କହି ରଖି ଯେ, ଉକ୍ତ ଉପଜିଲ୍ଲାପାଳ ମହୋଦୟ ବାଲିଗୁଡ଼ାରେ ଥାଇ ଗରିବଙ୍କ ଟଙ୍କାକୁ ଲୁଟିଥିବା ଯୋଗୁଁ ତାଙ୍କୁ ଫୁଲବାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ଗରିବ ଲୋକଙ୍କ ପିଡିଏସ୍ ଟଙ୍କା ଲୁଟ୍ ଘଟଣାର ସମାଧାନ କରିବା ପରିବର୍ତ୍ତେ ଉପଜିଲ୍ଲାପାଳ ସିଧା କହିଥିଲେ ଯେ, ଏ ବିଷୟରେ ମୁଁ କିଛି କରିପାରିବି ନାହିଁ ଆପଣମାନେ ଜିଲ୍ଲାପାଳ ଏବଂ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ (CSO) ଙ୍କୁ ଯାଇ ଭେଟନ୍ତୁ । ଏପଟେ ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର ମହୋଦୟଙ୍କୁ ସାକ୍ଷାତ କରିବାରୁ ସେ କହିଥିଲେ ଯେ, ପିଡିଏସ୍ କଥା ମୁଁ ବୁଝି ନାହିଁ ଆପଣମାନେ ଉପ ଜିଲ୍ଲାପାଳଙ୍କୁ କୁହନ୍ତୁ । କହିବାକୁ ଗଲେ, ଜିଲ୍ଲା ଯୋଗାଣ ଅଧିକାରୀ (CSO) ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ ଶ୍ରୀ ପାଣିଗ୍ରାହୀ ଏବଂ ଖଜୁରୀପଡ଼ାରେ କାର୍ଯ୍ୟରତ ଥିବା ଖାଦ୍ୟ ନିରୀକ୍ଷଣ ଅଧିକାରିଣୀ ଭାର୍ବଗୀ ମ୍ୟାଡମ୍ଙ୍କ ଭିତିରିଆ ଗୁମୁର ଏଠି ସ୍ପଷ୍ଟ ବାରି ହୋଇ ପଡୁଛି ।
ରାଜ୍ୟ ସରକାର ଗରିବ ଜନ ସାଧାରଣଙ୍କ ପାଇଁ ଅନେକ ଉନ୍ନତିମୂଳକ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଏଭଳିି କର୍ମଚାରୀଙ୍କ ପାଇଁ ସରକାର ନିନ୍ଦିତ ହେଉଥିବା ଅଭିଯୋଗ ଉଠିଛି । ତେଣୁ ଏଭଳି ଦୁର୍ନୀତିଖୋର କର୍ମଚାରୀଙ୍କୁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେଇ କନ୍ଧମାଳ ଜିଲ୍ଲାରୁ ଅନ୍ୟତ୍ର ବଦଳି କଲେ ଖାଉଟି ଉପଭୋକ୍ତାମାନେ ନିଜର ହକ୍ ପାଇପାରିବେ ବୋଲି କହିଛନ୍ତି ଶ୍ରୀ ଦିଗାଲ ଏବଂ ବୁଦ୍ଧିଜୀବୀ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା