ଓଡିଶା

ରୌପ୍ୟ ଜୟନ୍ତୀ ପୁସ୍ତକମେଳା ନିମନ୍ତେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ…

ଜଗତସିଂହପୁର, ୨୬/୧୨ (ରୀତା ସାହୁ) : ଜଗତସିଂହପୁର ସାଂସ୍କୃତିକ ପରିଷଦ ଦ୍ୱାରା ଆଗାମୀ ୨୦୨୪ ଜାନୁଆରୀ ୧୫ ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୨୫ତମ ଜଗତସିଂହପୁର ପୁସ୍ତକମେଳା (ରୌପ୍ୟ ଜୟନ୍ତୀ) ପାଳନ ନିମନ୍ତେ ଭୂମିପୂଜା କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ସାରଦା ପ୍ରସନ୍ନ ମିଶ୍ର ଦ୍ୱାରା ପୂଜାର୍ଚ୍ଚନା କରାଯିବା ସହିତ ସେଠାରେ ଶୁଭ ସ୍ତମ୍ଭ ସ୍ଥାପନା କରାଯାଇଛି । ଏହି ଅବସରରେ ସାଂସ୍କୃତିକ ପରିଷଦର ସମ୍ପାଦକ ସାରଦା ପ୍ରସାଦ ଦାସ କର୍ତ୍ତା ଭାବରେ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ଗଣେଶ୍ୱର ମାଣିଆ, ଯୁଗ୍ମ ସମ୍ପାଦକ ଡ଼. ସୁଧୀର କୁମାର ମହାନ୍ତି, ନରେଶ କୁମାର ଦାସ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ମନୋଜ ଦାଶ, ସରୋଜ ସାହୁ, ଦୀପକ ପଟ୍ଟନାୟକ, ମାନସ କୁମାର କାନୁନଗୋ, ଭଗବାନ ଦାଶ, ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତି, ଶ୍ରୀ ରାଜ ସାହୁ ପ୍ରମୁଖ ଭୂମିପୂଜାରେ ଯୋଗ ଦେଇ ୨୫ତମ ରୌପ୍ୟ ଜୟନ୍ତୀ ଜଗତସିଂହପୁର ଓ ପୁସ୍ତକ ମେଳାର ସଫଳତା କାମନା କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା