ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ…

ଗଜପତି, ୨୬/୧୨ (ବିବେକାନନ୍ଦ ବେହେରା) : ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ଗ୍ରହଣ ସହିତ ଶିକ୍ଷା ଆନୁସାଙ୍ଗିକ ଗୀତ, ନୃତ୍ୟ,ସଙ୍ଗୀତ, ଅଭିନୟ, ତର୍କ, ଭାଷଣ, ଚିତ୍ର, କୁଇଜ୍,ମାନବସେବା,ସମାଜ ଗଠନ ଦିଗରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ନିଜକୁ ନିୟୋଜିତ କରିବା ପାଇଁ ସଦାସର୍ବଦା ଉଜ୍ଜୀବିତ ରହିବା ଆବଶ୍ୟକ ବୋଲି ଅତିଥି ଗଣ ଉଦବୋଧନ ଦେଇଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ପୁରାତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା, ମୁଖ୍ୟ ବକ୍ତା ଭାବେ ପୁରାତନ ଛାତ୍ର ଭାଗବତ ପାଢୀ, ବିଶିଷ୍ଠ ଅତିଥି ଭାବେ ମିରାକାଲ୍ ଡ୍ୟାନ୍ସର ନିଦେ୍ର୍ଦଶକ ଶୁଭେନ୍ଦୁ ମୋହନ୍ ସେନାପତି,ସ୍ୱତନ୍ତ୍ର ଅତିଥ ଭାବେ ଲିଗରାଜ୍ ଦାଶ ,ସମ୍ମାନିତ ଅତିଥି ଭାବେ ବାବୁଲି ରାଜଗୁରୁ, ନିମାଇ ପାତ୍ର, ସସ୍ମିତା ଗନ୍ତାୟତ ଯୋଗ ଦେଇଥିଲେ । ରାମ ଶଙ୍କର ଗନ୍ତାୟତ, ରଶ୍ମିତା ନନ୍ଦ, ସୁଜାତା ନନ୍ଦ, ମଧୁସ୍ମିତା ଦାଶ ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୀକାଙ୍କୁ ପ୍ରମାଣ ପତ୍ର ପୁରସ୍କାର ସହ ମୋମେଣ୍ଟୋ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କଦ୍ୱାରା ଓଡ଼ିଶୀ ଏବଂ ଆଧୁନିକ ନୃତ୍ୟ, ଏକକ ଅଭିନୟମାନ ପରିବେଷଣ କରାଯାଇଥିଲା ।