ନୂଆବର୍ଷରେ ମୁକ୍ତିଲାଭ କରିବ ଓଡିଆ ଚଳଚ୍ଚିତ୍ର “ଅପରେସନ ୧୨/୧୭’…

ଭୁବନେଶ୍ୱର, ୨୬/୧୨ (ଅଭିଜିତ୍ ସିଂ) : ସାଇ ଲୁମ୍ବିନୀ ପ୍ରଡ଼କସନ୍ସରେ ନିର୍ମିତ ସିନେମା “ଅପରେସନ୍ ୧୨/୧୭ ସାଇ ଶରଣଂ’ ର ଅଡିଓ ରିଲିଜ୍ ରାଜଧାନୀର ଚଳଚଂଚଳ ୨ ନମ୍ବର ମାର୍କେଟ ବିଲଡିଂ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ରାଜ୍ୟ ପ୍ଲାନିଂ ବୋର୍ଡ ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ ଉନ୍ମୋଚନ କରିଥିଲେ । “ଅପରେସନ ୧୨/୧୭” ଏକ ବିଗ୍ ବଜେଟର ସିନେମା ହୋଇଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତି ଶ୍ରୀମତୀ ଶୁଭ୍ରା ପଟ୍ଟନାୟକ ଏବଂ ନିଦେ୍ର୍ଦଶନା ଦେଇଛନ୍ତି ଷ୍ଟାଇଲିଷ୍ଟ ନିଦେ୍ର୍ଦଶକ ସୁଧାଂଶୁ ମୋହନ ସାହୁ । ଏଥିରେ କାହାଣୀ ଲେଖିଛନ୍ତି ଦ୍ୱୀପାୟନ ପଟ୍ଟନାୟକ, ସଂଳାପ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ । ଏବଂ ଗୀତ ଗୁଡିକ ଅରୁଣ ମନ୍ତ୍ରୀ ଏବଂ ଡକ୍ଟର ନିର୍ମଳ ନାୟକ ଲେଖିଥିବା ବେଳେ ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି ବର୍ତମାନର ଟ୍ରେଣ୍ଡୀ ସଙ୍ଗୀତ ନିଦେ୍ର୍ଦଶକ ବୈଦ୍ୟନାଥ ଦାଶ । ହୁ୍ୟମାନ ସାଗର, ଋତୁରାଜ ମହାନ୍ତି, ସତ୍ୟଜିତ୍ ପ୍ରଧାନ, ଅସୀମା ପଣ୍ଡା ଏବଂ ଅନନ୍ୟା ଶ୍ରୀତମ ନନ୍ଦ ଏଥିରେ ନିଜର କଣ୍ଠଦାନ କରିଛନ୍ତି ।
ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନିଦେ୍ର୍ଦଶକ ସୁଧାଶୁଂ ମୋହନ ସାହୁଙ୍କ ନିଦେ୍ର୍ଦଶନା ଏହି ଚଳଚ୍ଚିତ୍ରକୁ ଏକ ଭିନ୍ନ ମୋଡ଼ ପ୍ରଦାନ କରିଛି । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଶିଶୁ କଳାକାରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଭୂମିକା ଏବଂ ଶ୍ରେୟାନ୍ । ଅନେକ ଧାରାବାହିକ ତଥା ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଆସୁଥିବା ଅମର ମହାପାତ୍ର ଚଳଚ୍ଚିତ୍ର ଅପରେସନ୍ ୧୨/୧୭ରେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରିବା ସହ ଲାଇନ୍ ପ୍ରଡ୍ୟୁସର କର୍ଯ୍ୟଭାର ମଧ୍ୟ ସମ୍ଭାଳିଛନ୍ତି । ଚୌଧୁରୀ ଜୟପ୍ରକାଶ ଦାସ, ପଙ୍କଜ ମହାନ୍ତି, ଉମାକାନ୍ତ ପାଣି, ପ୍ରଶାନ୍ତ ପାତ୍ର, ଦୁଷ୍ମନ୍ତ, କୈଳାଶ ପାଣିଗ୍ରାହୀ, ବିଜିତ ବାରିକ. ଲୋପାମୁଦ୍ରା, ତ୍ରିଷ୍ଣା, ବିଷ୍ନୁପ୍ରିୟା, ସୋନାଲୀ ସୁଜାତା ପ୍ରମୁଖ ଅଭିନୟ କରିଛନ୍ତି ।